ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ବଢିଲା ସୁରକ୍ଷା। z ଶ୍ରେଣୀର ସୁରକ୍ଷା ଦେବ ଗୃହ ମନ୍ତ୍ରାଳୟ। ଗୁଇନ୍ଦା ରିପୋର୍ଟ ପରେ ନିଆଯାଇଛି ଏହି ପଦକ୍ଷେପ। ଆଗରୁ ଜୟଶଙ୍କରଙ୍କ ସୁରକ୍ଷା ବ୍ୟବସ୍ଥା Y କାଟାଗୋରୀ ଥିଲା।
ତେବେ Y କାଟାଗୋରୀ ଅଧିନରେ ଜଣେ କିମ୍ବା ଦୁଇ କମାଣ୍ଡରଙ୍କ ସମେତ ୮ ସୁରକ୍ଷା କର୍ମଚାରୀ ଓ ପୋଲିସ ନିୟୋଜିତ ରୁହନ୍ତି। ତେବେ z କାଟାଗୋରୀରେ ୪ରୁ ୬ ଏନ୍ଏସ୍ଜି କମାଣ୍ଡୋଙ୍କ ସମେତ ୨୨ ଜଣ ସୁରକ୍ଷା କର୍ମଚାରୀ ଓ ପୋଲିସ୍ ନିୟୋଜିତ ରୁହନ୍ତି।
ତେବେ ସୁରକ୍ଷା ବ୍ୟବସ୍ଥା ବଢାଇବାର କାରଣ ଜଣାପଡ଼ିନାହିଁ। ସେପଟେ ଭାରତ-କାନାଡା ବିବାଦ ମଧ୍ୟରେ ଏକ ଭିତିରି ବୁଝାମଣା ୟୁଏସ୍ରେ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଆମେରିକାର ଓ୍ୱାସିଂଟନ୍ ଠାରେ କାନାଡୀୟ ବୈଦେଶିକ ମନ୍ତ୍ରୀ ଓ ଜୟଶଙ୍କରଙ୍କ ମଧ୍ୟରେ ଏକ ବୈଠକ ବସିଥିଲା, ଯେଉଁଠାରେ ଉପୁଜିଥିବା ବିବାଦର ସମାଧାନ ନେଇ ବୁଝାମଣା ହୋଇଛି।
ସେପଟେ ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ ପାଇଁ ‘ଅପରେସନ୍ ଅଜୟ’ ଆରମ୍ଭ କରିଛି ଭାରତ। ଏନେଇ ବୁଧବାର ଜୟଶଙ୍କର ଟୁଇଟ୍ କରି ସୂଚନା ଦେଇଥିଲେ।