ପାରାଦୀପ ବନ୍ଦରରୁ ଉଠିଲା ମାଛଧରା କଟକଣା

ପାରାଦୀପ: ପାରାଦୀପ ବନ୍ଦରରୁ ଉଠିଛି ମାଛଧରା କଟକଣା । ଦୀର୍ଘ ୨ ମାସ ପରେ ପାରାଦୀପ ବନ୍ଦରରୁ ମାଛଧରା କଟକଣା ଉଠିଛି । ଫଳରେ ବୁଧବାର ଠାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବାକୁ ବାହାରିଛନ୍ତି।

ଟ୍ରଲରରେ ବରଫ, ଡିଜେଲ, ପିଇବା ପାଣି ଓ ରାସନ ସାମଗ୍ରୀ ଧରି ସମୁଦ୍ର ମୁହାଁ ହୋଇଛନ୍ତି ମତ୍ସଜୀବୀ। ତେବେ ପ୍ରଜନନ ଋତୁ ପାଇଁ ପାରାଦୀପ ବନ୍ଦରରେ ମାଛଧରା ଉପରେ କଟକଣା ଲଗାଇଯାଇଥିଲା।

ଦୀର୍ଘ ଦିନ ପରେ ଏହି କଟକଣା ଉଠିଥିବାରୁ ମତ୍ସ୍ୟଜୀବୀ ବେଶ ଖୁସି ଅଛନ୍ତି। ମୌସୁମୀ ଆସିଲେ ଭଲ ମାଛ ମିଳିବାର ସମ୍ଭାବନା ରହିଥିବାରୁ ସେମାନେ ଆଶା କରୁଛନ୍ତି ।

ମତ୍ସ୍ୟଜୀବୀଙ୍କ ମହୋଲ ରେ କଟକଣା ଉଠିବା ନେଇ ଖୁସିର ଲହରୀ ଖେଳିଯାଇଛି । ପୁଣି ଥରେ ନିଜ ଜୀବିକା କୁ ଫେରିଥିବା ନେଇ ବେଶ୍ ଖୁସି ଓ ଉତ୍ସାହିତ ଅଛନ୍ତି ।

Related Posts