୯୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ସିଭିରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ଗିରଫ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୯୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ସିଭିରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ଗିରଫ । ତେବେ ସିଭି ରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ତାଙ୍କର ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଉଥିବାର ଅଭିଯୋଗ ହୋଇଥିଲା। ବର୍ଷକ ଭିତରେ ସେ ଫି ବାବଦ ୯୭ ଲକ୍ଷ ଟଙ୍କା ଡିପୋଜିଟ୍ ନ କରି ଫୋନ ପେ ଜରିଆରେ ବୟଫ୍ରେଣ୍ଡଙ୍କ ପାଖକୁ ପଠାଇଥିଲେ।

ସେପଟେ ସିଭିରମଣ ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷ ଟଙ୍କା ଗାଏବ ନେଇ ତମଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମହିଳା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ରଙ୍କୁ ପୁଲିସ ଗିରଫ କରିଛି। ଗିରଫ ପରେ ସେ ସବୁ ସତ ମାନିଥିବା ଜଣାଯାଇଛି। ଅଭିଯୁକ୍ତ ପାୟଲ ମହାପାତ୍ରଙ୍କ ଘର କଟକର ୪୨ ମଉଜା ଅଞ୍ଚଳରେ ବୋଲି ଜଣାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts