ଏନକାଉଣ୍ଟର ଭୟ; ଯୋଗୀ ସରକାର କ୍ଷମତାକୁ ଆସିବାର ମାତ୍ର ୧୫ ଦିନରେ ଆତ୍ମସର୍ମପଣ କଲେଣି ୫୦ ଅପରାଧୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରରେ ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେପଟେ ପୁଣି ଯୋଗୀ ସରକାର କ୍ଷମତାକୁ ଆସିବା ପରେ ଅପରାଧୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । କାହିଁକିନା ମାର୍ଚ୍ଚ ୧୦ରେ ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ଏକ ବଡ ବିଜୟ ହାସଲ କରିବା ପରଠାରୁ ଏପର୍ୟ୍ୟନ୍ତ ୫୦ଜଣ ଅପରାଧୀ ଆତ୍ମସମର୍ପଣ କରିଛନ୍ତି। ଏପରିକି ପରାଧ କଲେ ଯୋଗୀ ସରକାର ଏନକାଉଣ୍ଟର କରିଦେବେ ସେହି ଭୟରେ ଏବେ ଆତ୍ମସମର୍ପଣ କରିବାକୁ ଥାନାରେ ଅପରାଧୀଙ୍କ ଭିଡ ଦେଖିବାକୁ ମିଳୁଛି ।

ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ଏତିକି ନୁହେଁ, କିଛି ଅପରାଧୀ ନିଜ ବେକରେ ପ୍ଲାକାର୍ଡ ଟାଙ୍ଗି ବୁଲୁଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ ‘ମୁଁ ଆତ୍ମସମର୍ପଣ କରୁଛି। ଦୟାକରି ଗୁଳି କରନ୍ତୁ ନାହିଁ’ । ସେପଟେ ଉତ୍ତରପ୍ରଦେଶ ପୁଲିସର ଏଡିଜି ଆଇନ ପ୍ରଶାନ୍ତ କୁମାର କହିଛନ୍ତି ଯେ ଏହି ୫୦ ଜଣ ଅପରାଧୀ କେବଳ ଆତ୍ମସମର୍ପଣ କରିନାହାଁନ୍ତି ବରଂ ଅପରାଧ ଛାଡିବା କଥା ମଧ୍ୟ କହିଛନ୍ତି। ଏହି ୧୫ ଦିନ ମଧ୍ୟରେ ଏନକାଉଣ୍ଟରରେ ଦୁଇଜଣ ଅପରାଧୀଙ୍କୁ ଗୁଳି କରାଯାଇଛି। ଏହା ବ୍ୟତୀତ ଅନ୍ୟ ୧୦ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ମାଇକ୍ରୋ ପ୍ଲାନିଂ କରାଯାଉଛି ବୋଲି କୁମାର କହିଛନ୍ତି।

Related Posts