୬ ଜଣ ଚାରିଧାମ ତୀର୍ଥଯାତ୍ରୀଙ୍କ ଠାରୁ ନକଲି ପଞ୍ଜୀକରଣ କାଗଜପତ୍ର ଜବତ

ଡେରାଡୁନ: ଚାରିଧାମ ତୀର୍ଥଯାତ୍ରୀଙ୍କଠାରୁ ନକଲି ପଞ୍ଜୀକରଣ କାଗଜପତ୍ର ଜବତ କଲା ପୋଲିସ । ଏଥିସହ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ନକଲି ପଞ୍ଜୀକରଣ କାଗଜପତ୍ର ପଛରେ ସାଇବର କେଫର ହାତ ଥିବା ସନ୍ଦେହ କରୁଛି ପୋଲିସ । ସାଧାରଣ ଭକ୍ତଙ୍କ ପାଇଁ ମେ ୩ ତାରିଖରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । ଦିନ ଗଡିବା ସହ ଏ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ହେଲେ ଶନିବାର ଚାରିଧାମ ଯାତ୍ରାକୁ ଆସିଥିବା କିଛି ତୀର୍ଥଯାତ୍ରଙ୍କ ଯାଞ୍ଚ ଭଦ୍ରକାଳି ଚେକପୋଷ୍ଟରେ କରାଯାଇଥିଲା ।ଏହି ସମୟରେ ୬ ଜଣ ତୀର୍ଥଯାତ୍ରୀଙ୍କ ଠାରୁ ନକଲି ପଞ୍ଜୀକରଣ କାଗଜପତ୍ର ଜବତ କରିଥିଲା ପୋଲିସ । ସେମାନଙ୍କୁ ଚାରିଧାମ ଯାତ୍ରାକୁ ନ ଯିବାକୁ ବାରଣ କରାଯାଇଥିଲା । ଏହାସହ ମୁନିକି ରେଟି ଥାନାରେ ଆଇପିସିର ଧାରା ୪୨୦ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ।ଏହି ଜାଲିଆତି କାର୍ଯ୍ୟକଳାପରେ ଜଡିତ ସାଇବର କାଫେଗୁଡିକ ଉପରେ କଠୋର କାର୍ଯ୍ୟ କରାଯିବ ବୋଲି ଗ୍ବାଲିଓ୍ବର କମିଶନର ସୁଶୀଲ କୁମାର କହିଛନ୍ତି । ତେବେ, ଚାରିଧାମ ଯାତ୍ରା ମେ ୩ ତାରିଖରୁ ଆରମ୍ଭ ହୋଇଛି ।

ଶୁକ୍ରବାର ସୁଧା ଏ ଧାମକୁ ୧୧ ଲକ୍ଷ ୧୫ ହଜାର ତୀର୍ଥଯାତ୍ରୀ ଆସିଛନ୍ତି । କେଦାରାନଥ ଧାମକୁ ସର୍ବାଧିକ ୩,୬୭,୨୭୪ ତୀର୍ଥଯାତ୍ରୀ ଚଳିତଥର ଆସିଥିବା ବେଳେ ଏପର୍ଯ୍ୟନ୍ତ ୯୯ ଜଣଙ୍କ ମୃତ୍ୟୁ ହୋଇଛି ।

Related Posts