ରାଜଧାନୀରେ ଫେକ୍ କଲ୍ ସେଣ୍ଟର ମାମଲା; ୬ ସାଇବର୍ ଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୁଲିସ

  

ଭୁବନେଶ୍ୱର,୧୮/୧୦(ସତ୍ୟପାଠ ବ୍ୟୁରୋ):  ରାଜଧାନୀରେ ଫେକ୍ କଲ୍ ସେଣ୍ଟର ଠାବ ହେବା ପରେ ୩ ଦିନିଆ ରିମାଣ୍ଡରେ ଯିବେ ୬ ସାଇବର୍ ଠକ। ଏମାନେ ରାଜଧାନୀରେ ବଡ଼ ଧରଣର ସାଇବର ଠକେଇ ପାଇଁ ପ୍ରିପ୍ଲାନ କରୁଥିବା ବେଳେ ଚଢ଼ାଉ କରିଥିଲା କମିଶନରେଟ ପୁଲିସର ସାଇବର ଟିମ।ସୁନ୍ଦରପଦାର କାଞ୍ଚନଟାୱାର ଆପାର୍ଟମେଣ୍ଟରେ ଚଢ଼ାଉକରି ଏକାଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୁଲିସ। ଆପାର୍ଟମେଣ୍ଟ ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ଫ୍ଲାଟରେ ଚାଲିଥିଲା ଚଢ଼ାଉ ।

ଫେକ କଲ ସେଣ୍ଟର କରି ଲୋକଙ୍କୁ ଚୁନା ଲଗାଯାଉଥିଲା ।ସିମବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ ଠାବ ହୋଇଥିଲା। ୬ ସାଇବର୍ ଠକଙ୍କୁ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବ କମିଶନରେଟ ପୁଲିସର ସାଇବର ଟିମ।

Related Posts