୨୦୨୪ ନିର୍ବାଚନରେ ଖର୍ଚ୍ଚ ୧୧୫ କୋଟି; ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତ ୨୪ ନିର୍ବାଚନରେ ଖର୍ଚ୍ଚ ହୋଇଛି ୧୧୫ କୋଟି ୯୪ ଲକ୍ଷ ୨୬ ହଜାର ଟଙ୍କା । ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉତ୍ତର । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗାଡ଼ି ବାବଦକୁ ୮୦ କୋଟି ୯୩ ଲକ୍ଷ, ଟେଣ୍ଟ, ସାଉଣ୍ତ ଓ ବାରିକେଡ୍ ପାଇଁ ୩୫ କୋଟି ଖର୍ଚ୍ଚ ହୋଇଛି । ସିଭିଲ ୱାର୍କ ଖର୍ଚ୍ଚର ବକେୟା ରାଶି ନିର୍ମାଣ ବିଭାଗ ତର୍ଜମା କରି ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି ।

ସେପଟେ ଆଜି ଖଣି ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି ଯେ, ମୁଖ୍ୟ ଶାସନ ସଚିବ ଏକ ବୈଠକରେ ଖଣି ଲୁଟ୍ କମାଇବାକୁ ଗୁରୁତ୍ୱ ଦେଲେ । ହେଲେ ଖଣିର ଲୁଟ ରୋକିବା ପାଇଁ ଦୁର୍ନୀତିର ଉତ୍ସକୁ ଛାଡ଼ିଗଲେ । ଏ ସରକାର ଆସିଲା ପରେ ବାଲି ଟ୍ରକ୍ ଦାମ ୩୦ ପ୍ରତିଶତ ବଢିଛି । ଏ ସରକାରରେ ବାଲି ଗୋଡିର ଦର ମଧ୍ୟ ବଢିଛି । ମାଫିଆମାନେ ବହୁତ ପରିମାଣର ଚାନ୍ଦା ବଢାଇଛନ୍ତି । ଏ ସରକାର ମାଫିଆଙ୍କ କବଳରେ ରହିଛି ବୋଲି କହିଛନ୍ତି ଗୌତମବୁଦ୍ଧ ଦାସ ।

ସେହିପରି ବିଜେଡି ବିଧାୟକ ବ୍ୟୋମକେଶ ରାୟ ଆହୁରି ମଧ୍ୟ କହିଛନ୍ତି ଯେ, ଖଣି ମାଲିକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଯେଉଁଠି ବେଆଇନ ଖଣି ଖୋଳା ଚାଲିଛି, ସେଠାରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଖଣି ମାଫିଆ ଦିନରେ ଚୋରି କରୁଛନ୍ତି । ଏହାକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । କେନ୍ଦୁଝରରେ ସର୍ବାଧିକ ଚୋରା ଖଣି କାରବାର ହେଉଛି । ଏହାର ଟଙ୍କା ବିଧାୟକଙ୍କ ରାସ୍ତା ଦେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚୁଛି । ସରକାରୀ ଦଳର ବିଧାୟକମାନେ ଖଣିରୁ ଚାନ୍ଦା ନେଉଛନ୍ତି । କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ଶହ ଶହ ଖଣି ମାଫିଆ ତିଆରି କରି ସାରିଲେଣି ବୋଲି କହିଛନ୍ତି ବ୍ୟୋମକେଶ ।

Related Posts