ଏଗଜିଟ୍ ପୋଲ ରିପୋର୍ଟ ମୁତାବକ : ଉତ୍ତର ପ୍ରଦେଶରେ ବିଜେପି ଆଗରେ, ପଞ୍ଜାବରେ ଆମ ଆଦମୀ ପାର୍ଟି ଆଗରେ

ଆଜି ପ୍ରକାଶ ପାଇବ ୫ ବିଧାନସଭା ନିର୍ବାଚନ ଫଳାଫଳ | ଏନେଇ ଭୋଟ ଗଣତି ଚାଲିଥିବା ବେଳେ, ଏଗଜିଟ୍ ପୋଲ ମୁତାବକ ଫଳାଫଳ ସାମ୍ନାକୁ ଆସିଛି | ଉତ୍ତର ପ୍ରଦେଶରେ ବିଜେପି ଆଗରେ ଥିବା ସୂଚନା ମିଳିଛି ।

ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, ଉତ୍ତର ପ୍ରଦେଶରେ ବିଜେପି ୨୬୬ଟି ଆସନରେ ଆଗୁଆ ଥିବା ବେଳେ ସମାଜବାଦୀ ପାର୍ଟି ୧୨୨ଟି ଆସନରେ ଆଗରେ ରହିଛି । ସେହିପରି ବିଏସପି ମାତ୍ର ୬ଟି ଆସନରେ ଆଗୁଆ ରହିଛି ।କଂଗ୍ରେସ ୩ଟି ଆସନରେ ଆଗରେ ଥିବା ସୂଚନା ମିଳିଛି ।

ପଞ୍ଜାବରେ ଆମ ଆଦମୀ ପାର୍ଟି ୮୯ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୧୫ଟି ଓ ବିଜେପି ୩ଟି ଆସନରେ ଆଗୁଆ ରହିଛନ୍ତି । ସେହିପରି ଏସଏଡି ୯ଟି ସିଟରେ ଆଗୁଆ ରହିଛି ।

ଏତତ୍ ବ୍ୟତୀତ ଉତ୍ତରାଖଣ୍ଡରେ ବିଜେପି ୪୩ ଓ କଂଗ୍ରେସ ୨୩ଟି ଆସନରେ ଆଗରେ ରହିଛନ୍ତି ।ସେହିପରି ଗୋଆରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଏବେସୁଦ୍ଧା କଂଗ୍ରେସ ୧୨ ଓ ବିଜେପି ୧୮ ଆସନରେ ଆଗରେ ରହିଛନ୍ତି ।ଟିଏମସି ମଧ୍ୟ ୫ଟିରେ ଆଗୁଆ ରହିଛି ।

ମଣିପୁରରେ ବିଜେପି ୨୭ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୮ଟି ଓ ଅନ୍ୟମାନେ ୨୫ଟି ସିଟରେ ଆଗୁଆ ଅଛନ୍ତି ।

Related Posts