ଗତ ୬ ବର୍ଷରେ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୮୮%, ଡିଜେଲରେ ୨୦୯% ବୃଦ୍ଧି ଘଟିଛି

(ସତ୍ୟପାଠ ବ୍ୟୁରେ) ଭୁବନେଶ୍ୱର: ତୈଳଦର ଏବେ ଆକାଶ ଛୁଆଁ।  ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଏବେ ଅସୁବିଧାରେ ପଡିଛନ୍ତି। ବର୍ତ୍ତମାନ ସମୟରେ ତୈଳଦର ହ୍ରାସ ପାଇବାର ସମ୍ଭାବନା ନାହିଁ । ତେବେ  ତେଲ ଦର ବୃଦ୍ଧି ପାଇଁ ଏକ୍ସାଇଜ୍ ଡ୍ୟୁଟି ଦାୟୀ । ସୂଚନା ମୁତାବକ  ଗତ ୬ ବର୍ଷ ମଧ୍ୟରେ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ପ୍ରାୟ ଦ୍ୱିଗୁଣିତ ହୋଇ ୮୮ ପ୍ରତିଶତ ବୃଦ୍ଧି ପାଇଛି।

 ଏଥି ସହିତ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଏହି ଛଅ ବର୍ଷ ମଧ୍ୟରେ ତିନି ଗୁଣ ବୃଦ୍ଧି ପାଇ 209 ପ୍ରତିଶତ ବୃଦ୍ଧି ଘଟିଛି।  ପେଟ୍ରୋଲ ବର୍ତ୍ତମାନ ଦେଶର ଅନେକ ସ୍ଥାନରେ ଲିଟର ପିଛା 100 ରୁ ଅଧିକ ଦରରେ ବିକ୍ରି ହେଉଛି।

 NDTV ର ରିପୋର୍ଟ ଅନୁଯାୟୀ, 1 ଜୁଲାଇ  2021 ପର୍ଯ୍ୟନ୍ତ ପେଟ୍ରୋଲ ଉପରେ ସେସ ସମେତ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା 32.90 ଟଙ୍କା ଥିଲା। ଯେତେବେଳେ କି 1 ଜୁଲାଇ 2015 ରେ, ସେସ୍ ସହିତ ଲିଟର ପିଛା 17.46 ଟଙ୍କା ଥିଲା ।

 ସେହିଭଳି ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟିରେ ଆହୁରି ଅଧିକ ବୃଦ୍ଧି ଘଟିଛି।  ଜୁଲାଇ 1, 2021 ରେ, ସେସ ସମେତ ଡିଜେଲ ଉପରେ ଶୁଳ୍କ ଲିଟର ପିଛା 31.80 ଟଙ୍କା ରହିଥିବା ବେଳେ ଜୁଲାଇ 1, 2015 ରେ ଏହା ଲିଟର ପିଛା 10.26 ଟଙ୍କା ଥିଲା।

 ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ଏହି ଚାରୋଟି ମେଟ୍ରୋ ସହରରେ ପେଟ୍ରୋଲ ଲିଟର ପିଛା 100 ଟଙ୍କା ଅତିକ୍ରମ କରିଛି। ଯେତେବେଳେ କି ଏହି ସହରଗୁଡ଼ିକରେ ଡିଜେଲ ମୂଲ୍ୟ ଲିଟର ପିଛା 90-98 ଟଙ୍କା ମଧ୍ୟରେ ରହିଛି ।ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ଅନେକ ସହରରେ ପେଟ୍ରୋଲ ମୂଲ୍ୟ ମଧ୍ୟ ଲିଟର ପିଛା 100 ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି।

Related Posts