‘ଶ୍ରୀମନ୍ଦିର ଅବଢା ଏବଂ ଘିଅର ହେବ ମାନ ପରୀକ୍ଷଣ’ : ଆଇନ ମନ୍ତ୍ରୀ

ଭୁବନେଶ୍ୱର,୨୭/୯(ସତ୍ୟପାଠ ବ୍ୟୁରୋ):  ପୁରୀ ଜଗନ୍ନାଥ ମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ମହାପ୍ରସାଦର ହେବ ପରୀକ୍ଷା । ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ରୋଶଶାଳାରୁ ଅବଢ଼ା ବାହାରିବା ପରେ ମାନ ପରୀକ୍ଷଣ ହେବ । ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛୁ ଶ୍ରୀମନ୍ଦିରରେ ଫୁଡ଼ ଇନ୍ସପେକ୍ଟର ନିୟୋଜିତ ହେବେ । ଅବଢ଼ାର ସୁଧତା ରଖିବା ପାଇଁ ଫୁଡ଼ ଇନ୍ସପେକ୍ଟର ରହିବେ ।

ଦେଶର ଅନ୍ୟ ମନ୍ଦିର ଭଳି ପୁରୀ ମନ୍ଦିରରେ ଅଭିଯୋଗ ନ ଆସୁ । ସେଥିପାଇଁ ମାନ ପରୀକ୍ଷଣ ଜରୁରୀ । ଭକ୍ତ ଆଶ୍ୱସ୍ତ ରହିବେ ଅବଢ଼ାରେ ଅଶୁଦ୍ଧତା କେବେ ରହିବ ନାହିଁ ।

କେବଳ ଅବଢ଼ା ନୁହଁ ଘିଅର ମଧ୍ଯ ମାନ ଯାଞ୍ଚ ହେବ । କାରଣ ଆମେ ଦେଖିଲୁ ବାଲାଜୀ ମନ୍ଦିର ଭଳି କିଛି ମନ୍ଦିରରେ ଘିଅ ଭେଜାଲ ବୋଲି ଜଣାପଡିଥିଲା । ତେଣୁ ତ ପୂର୍ବରୁ ଆମକୁ ସଜାଗ ହେବାକୁ ପଡ଼ିବ । ଶ୍ରୀ ଜଗନ୍ନାଥ ମନ୍ଦିରରେ ଆମେ ଏହା କରିବାକୁ ଦେବୁନୁ ବୋଲି ମନ୍ତ୍ରୀ କହିଛନ୍ତି । 

Related Posts