ନୂଆଦିଲ୍ଳୀ: କରୋନା କବ୍ଜାରେ ଆମେରିକା ଉପରାଷ୍ଟ୍ରପତି | କରୋନା ଟୀକାର ଦୁଇଟି ବୁଷ୍ଟର ଡୋଜ୍ ନେବା ପରେ ବି କରୋନାରେ ସଂକ୍ରମିତ ହୋଇଛନ୍ତି ଆମେରିକା ଉପରାଷ୍ଟ୍ରପତି କମ୍ଲା ହାରିସ । କମଲା ହ୍ୟାରିସ୍ କରୋନା ପଜିଟିଭ ହେବା ନେଇ ଆମେରିକୀୟ ମିଡିଆ ପକ୍ଷରୁ କୁହାଯାଇଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ଉପରାଷ୍ଟ୍ରପତି କମଲା ହାରିସ ନିଜକୁ କ୍ୱାରେଣ୍ଟାଇନ୍ରେ ରଖିଛନ୍ତି । ଏହାସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ ଅପିଲ ମଧ୍ୟ କରିଛନ୍ତି । ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । କମଲା ହ୍ୟାରିସଙ୍କ ଠାରେ ଗୁରୁତର କରୋନା ଲକ୍ଷଣ ଦେଖାଯାଉନାହିଁ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉପରାଷ୍ଟ୍ରପତିଙ୍କ ଠାର୍ କରୋନାର ହଲ୍କା ଲକ୍ଷଣ ଦେଖାଯାଇଥିଲା । ଏହାପରେ ତୁରନ୍ତ ତାଙ୍କର ରାପିଡ୍ ଓ ପିସିଆର୍ ଟେଷ୍ଟ କରାଯାଇଥିଲା । ଯେଉଁଥିରେ ସେ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା । ଉପରାଷ୍ଟ୍ରପତି କରୋନାରେ ସଂକ୍ରମିତ ହେବା ପରେ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।
ତେବେ ଡାକ୍ତରଙ୍କ ମୁତାବିକ, କମଲା ହାରିସଙ୍କ ଠାରେ କରୋନାର କୌଣସି ଗମ୍ଭୀର ଲକ୍ଷଣ ନାହିଁ । କିନ୍ତୁ ତାଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । ଦୁଇଟି ବୁଷ୍ଟର ଡୋଜ୍ ନେବା ପରେ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି ଉପରାଷ୍ଟ୍ରପତି । ତେବେ ଯେଉଁମାନ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନଙ୍କୁ ତୁରନ୍ତ ପରୀକ୍ଷା କରିବାକୁ କହିଛନ୍ତି କମଲା ହାରିସ |
ଅନ୍ୟପଟେ, ଆମେରିକୀୟ ରାଷ୍ଟ୍ରପତି କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନ ଅନୁସାରେ ରାଷ୍ଟ୍ରପତି ଜୋ ବାଇଡେନ୍ ନିକଟରେ କମଳା ହ୍ୟାରିସଙ୍କ ସଂପର୍କରେ ଆସି ନଥିଲେ । ଏଥି ପାଇଁ ବାଇଡେନ୍ କରୋନାରୁ ସୁରକ୍ଷିତ ଅଛନ୍ତି ।