୨୦୨୨ ନୋବେଲ ଶାନ୍ତି ପୁରସ୍କାର ପାଇଁ ୟୁରୋପ ମହାଦେଶ ନେତାଙ୍କ ପକ୍ଷରୁ ୟୁ୍କ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କ ନାମ ସୁପାରିଶ

23 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ମହାଯୁଦ୍ଧ । ଉଭୟ ଦେଶ ପରସ୍ପର ଜିଦ୍ ରେ ଅଟଳ ଥିବା ବେଳେ, ଏହି ଯୁଦ୍ଧ ପାଇଁ ଅନେକ ଲୋକଙ୍କ ମୃତ୍ୟୁ ଘଟିଲାଣି । ଏଥିସହ ଯୁଦ୍ଧ ବିଭୀଷିକାରେ କେବଳ ବନ୍ଦର ସହର ମାରିଆପୁଲରେ ପ୍ରାୟ ୩ ହଜାର ସାଧାରଣ ନାଗରିକଙ୍କ ମୃତ୍ୟ ହୋଇଥିବା ୟୁକ୍ରେନ କହିଛି ।

ତେବେ ଆଜି ନରୱେ ଠାରେ ୟୁରୋପ ମହାଦେଶ ନେତାଙ୍କ ପକ୍ଷରୁ ନୋବେଲ କିମିଟି ସମ୍ବନ୍ଧିତ ବୈଠକ କରାଯାଇଛି । ଏହି ନୋବେଲ କିମିଟିରେ ୟୁ୍କ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବା ଲାଗି ତାଙ୍କ ନାମକୁ ସୁପାରିଶ କରିଛି । ଜେଲେନ୍‌ସ୍କିଙ୍କୁ ୨୦୨୨ ମସିହାର ନୋବେଲ ଶାନ୍ତି ପୁରସ୍କାର ଦେବା ଲାଗି ନାମାଙ୍କନ ପତ୍ରରେ ତାଙ୍କ ନାମ ଯୋଡିବା ଲାଗି ଏଥିରେ କୁହାଯାଇଛି । ଆଜିର ଏହି ନୋବେଲ କିମିଟିରେ ୟୁରୋପ ମହାଦେଶର ବର୍ତ୍ତମାନ ଓ ପୂର୍ବତନ ନେତା ମାନେ ଯୋଗ ଦେଇଥିଲେ । ଏଥିସହ ଜେଲେନ୍‌ସ୍କିଙ୍କ ନାମକୁ ସୁପାରିଶ ମଧ୍ୟ କରିଥିଲେ । ତେବେ ନୋବେଲ ଶାନ୍ତି ପୁରସ୍କାର ଲାଗି ନାମାଙ୍କନ ପତ୍ର ଦାଖଲ କରିବାର ସମୟ ସରି ଯାଇଥିବା ବେଳେ ୟୁରୋପ ମହାଦେଶ ନେତାଙ୍କ ପକ୍ଷରୁ ତାଙ୍କ ନାମ ଯୋଡିବାକୁ ନୋବେଲ କିମିଟିକୁ ନିବେଦନ କରାଯାଇଥିଲା ।

ସେହିପରି ଏହି ନେତାଙ୍କ କଥା ରଖି ନୋବେଲ ଶାନ୍ତି କମିଟି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବାର ସମୟ ଅବଧି ଘୁଞ୍ଚାଇଛନ୍ତି । ଏଥିସହ ନାମାଙ୍କନ ଦାଖଲ କରିବା ଲାଗି ପୁନଃ ସୁଯୋଗ ଦେଇଛନ୍ତି । ତେବେ ବିଭିନ୍ନ ବର୍ଗରେ ପ୍ରଦାନ କରାଯିବାକୁ ଥିବା ନୋବେଲ ପୁରସ୍କାର ଲାଗି ଚଳିତ ବର୍ଷ ଅକ୍ଟୋବର ୩ ତାରିଖରୁ ୧୦ ମଧ୍ୟରେ ନାମ ଘୋଷଣା କରାଯିବ ।ଅନ୍ୟପଟେ ନୋବେଲ ଶାନ୍ତି ପୁରସ୍କାର ଲାଗି ୨୫୧ ଜଣ ଆବେଦନ କରିଥିବା ବେଳେ ୯୨ଟି ସଂଗଠନ ଏହି ଶାନ୍ତି ପୁରସ୍କାର ପାଇଁ ମଧ୍ୟ ଆବେଦନ କରିଛନ୍ତି । ଋଷର ଆକ୍ରମଣକୁ ବିରୋଧ ଓ ୟୁକ୍ରେନ ସଙ୍କଟ ସହ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଦେଶବାସୀଙ୍କ ସହ ଛିଡା ହୋଇଛନ୍ତି ।

Related Posts