ଏଥରର ବଜେଟ ଓଦା ତାଳଫୋଟକା ପରି; ବଜେଟ ଆଗତ ହେବା ପରେ ଏପରି କହିଲେ କଂଗ୍ରେସ ନେତା ଶଶି ଥରୁର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ‘ଆତ୍ମନିର୍ଭରଶୀଳ ଭାରତ ୨୦୨୨-୨୩ ର ବଜେଟ୍’ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ସୀତାରମଣ ଅନେକ ଘୋଷଣା କରିଛନ୍ତି କିନ୍ତୁ ସାଧାରଣ ଲୋକଙ୍କ ପାଇଁ କୌଣସି ଘୋଷଣା କରିନାହାନ୍ତି । ଏହି ପ୍ରସଙ୍ଗରେ ବିରୋଧୀ ଏବେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରୁଛନ୍ତି। ସେପଟେ ଏନେଇ କଂଗ୍ରେସର ବରିଷ୍ଠ ନେତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ବଜେଟ ଏକ ଓଦା ତାଳଫୋଟକା । ଏଥିରେ ଦେଶର ସାଧାରଣ ଜନତା, ଖଟିଖିଆଙ୍କ ପାଥଁ କିଛି ନାହିଁ । ଦେଶରେ ଦରଦାମ ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ବଜେଟ ସମସ୍ତଙ୍କୁ ନିରାଶ କରିଛି ।

ମୁଦ୍ରାସ୍ଫୀତି ନିୟନ୍ତ୍ରିତ ନୁହେଁ । ସାଧାରଣ ଜନତାଙ୍କ ପାଇଁ ଟ୍ୟାକ୍ସ ସ୍ଲାବରେ କୌଣସି ଆରାମ ନାହିଁ । ଏତେ ବଡ ଭାଷଣରେ ସାଧାରଣ ଜନତାଙ୍କ ପାଇଁ କିଛି ନଥିଲା ବୋଲି କଂଗ୍ରେସ ନେତା ଶଶି ଥରୁର କହିଛନ୍ତି । ଅନ୍ୟପଟେ ବିଜେପି ୨୦୨୨-୨୩ ବଜେଟକୁ ଐତିହାସିକ ବୋଲି କହିଛି। ଜଣେ ବିଜେପି ନେତା କହିଛନ୍ତି ଯେ ସରକାରଙ୍କ ବିରୋଧରେ କହିବାକୁ ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ତେଣୁ ସେମାନେ ଏହା ବିରୋଧରେ କହିବାରେ ଲାଗିଛନ୍ତି ।

Related Posts