ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମେତ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ: 1.8 କେଜି ସୁନା, 2.8 କୋଟି ନଗଦ ଟଙ୍କା ଜବତ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବାସଭବନ ସମେତ ଅନ୍ୟ କିଛି ସମ୍ପର୍କୀୟଙ୍କ ଘରେ ଚଢାଉ ହୋଇଛି । ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ବେଳେ, ଏବେ ଏହି ମାମଲାର ତଦନ୍ତ କରୁଥିବା ଇଡି ଗତକାଲି (ସୋମବାର) ଦିଲ୍ଲୀର ବିଭିନ୍ନ ସ୍ଥାନରେ ଥିବା ଜୈନଙ୍କ ବାସଭବନ ଓ ସମ୍ପର୍କୀୟଙ୍କ ଘରେ କରାଯାଇଥିବା ଏହି ଚଢାଉରେ ବିପୁଳ ସୁନା ଓ ଟଙ୍କା ଜବତ କରାଯାଇଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) 2002 ମସିହା PMLA ଆକ୍ଟ ଅଧୀନରେ ଏହି ଚଢାଉ କରିଛି । ଏହି ସର୍ଚ୍ଚ ସମୟରେ ବିଭିନ୍ନ ବେଆଇନ ଦଲିଲ ଏବଂ ଡିଜିଟାଲ ରେକର୍ଡ ଜବତ କରାଯାଇଛି ବୋଲି ତଦନ୍ତକାରୀ ସଂସ୍ଥା ନିଜ ବିବୃତ୍ତିରେ କୁହାଯାଇଛି । ଏହା ବ୍ୟତୀତ ନଗଦ 2.85 କୋଟି ଟଙ୍କା ଏବଂ ମୋଟ 1.80 କିଲୋଗ୍ରାମର 133 ଟି ସ୍ବର୍ଣ୍ଣ ମୁଦ୍ରା ମଧ୍ୟ ଜବତ କରାଯାଇଛି । ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଜୈନ ଏବେ ଜେଲରେ ରହିଛନ୍ତି ।ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମି ପାର୍ଟି ସରକାର ଏହାକୁ ଏକ ରାଜନୈତିକ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହିବା ସହ ସତ୍ୟେନ୍ଦ୍ର ଜୈନଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦଳ ପକ୍ଷରୁ ଏପରି ସମର୍ଥନ ପରେ ବିଜେପି ଓ ଆପ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି।

Related Posts