ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୨୪ ସୁଦ୍ଧା ବିଶ୍ୱର ପ୍ରଥମ ଟ୍ରିଲିୟନେର ହେବାକୁ ଯାଉଛନ୍ତି ଏଲନ ମସ୍କ । ମାନ ତାଙ୍କ ମୋଟ ସଂପତ୍ତିର ପରିମାଣ ୨୬୭.୩ ବିଲିୟନ ଡଲାର ଥିବାବେଳେ ୨୦୨୪ ବେଳକୁ ତାହା ୧ ଟ୍ରିଲିୟନ ( ୧ ଲକ୍ଷ କୋଟି) ଡଲାର ଅତିକ୍ରମ କରିଯିବ । ଟ୍ରିପାଲଟି ଆପ୍ରୁଭ ନାମକ ଏକ ସଂସ୍ଥା ଦ୍ବାରା ଏଲନ ମସ୍କଙ୍କ ସଂପତ୍ତିର ବାର୍ଷିକ ଅଭିବଦ୍ଧି ହାରକୁ ବିଶ୍ଳେଷଣ କରି ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରେ ଏହି ପୂର୍ବାନୁମାନ କରାଯାଇଛି ।
ଫୋର୍ବସ ରିଅଲ ଟାଇମ ବିଲିୟନେର ତାଲିକା ଅନୁସାରେ ୨୪ ମାର୍ଚ୍ଚ ସୁଦ୍ଧା ମସ୍କଙ୍କ ମୋଟ ସଂପତ୍ତିର ପରିମାଣ ୨୬୭.୩ ବିଲିୟନ ଡଲାର ଥିଲା । ବର୍ତ୍ତମାନ ଯେଉଁ ହାରରେ ତାଙ୍କର ସଂପତ୍ତି ବଢିଚାଲିଛି, ୨୦୨୪ ସୁଦ୍ଧା ତାହା ୧ ଟ୍ରିଲିୟନ ଡଲାର ଟପିଯିବ ବୋଲି ଟ୍ରିପାଲଟି ପୂର୍ବାନୁମାନ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧ ଟ୍ରିଲିୟନ ହେଉଛି ୧୦୦୦ ବିଲିୟନ । ୧ ବିଲିୟନ ହେଉଛି ୧୦୦ କୋଟି । ଏଣୁ ୧ ଟ୍ରିଲିୟନର ଅର୍ଥ ହେଉଛି ୧ ଲକ୍ଷ କୋଟି ।