ଭାରତରୁ ୧୦ ଲକ୍ଷ ଟନ ଗହମ କିଣିବ ଇଜିପ୍ଟ: ପୀୟୂଷ ଗୋଏଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତରୁ ୧୦ ଲକ୍ଷ ଟନ ଗହମ କିଣିବ ଇଜିପ୍ଟ । ଏହି ଦେଶ ପୂର୍ବରୁ ରୁଷ ଓ ୟୁକ୍ରେନରୁ ଗହମ ଆମଦାନୀ କରୁଥିଲା । କିନ୍ତୁ ଯୁଦ୍ଧ ଆରମ୍ଭ ହେବା ପରେ ସେସବୁ ଦେଶରୁ ଗହମ ଯୋଗାଣ ବନ୍ଦ ହୋଇଯାଇଛି । ଏହି କାରଣରୁ ଇଜିପ୍ଟ ଭାରତରୁ ଗହମ କିଣିବାକୁ ନିଷ୍ପତ୍ତି ନେଇଛି ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି । ସେ କହିଛନ୍ତି ଯେ ଭାରତକୁ ଏକ ଗହମ ରପ୍ତାନକାରୀ ଦେଶଭାବେ ଇଜିପ୍ଟ ସ୍ବୀକୃତି ଦେଇଛି । ଇଜିପ୍ଟ ପୂର୍ବରୁ ରୁଷ ଓ ୟୁକ୍ରେନରୁ ଗହମ ଆମଦାନୀ କରୁଥିଲା । ୨୦୨୦ରେ ଏହି ଦେଶ ରୁଷର ୧.୮ ବିଲିୟନ ଡଲାର ମୂଲ୍ୟର ଓ ୟୁକ୍ରେନରୁ ୬୧୦ ନିୟୁତ ଡଲାର ମୂଲ୍ୟର ଗହମ ଆମଦାନୀ କରିଥିଲା ।

ଇଜିପ୍ଚ ଭାରତରୁ ମୋଟ ୧ ନିୟୁତ ଟନ ଗହମ ଆମଦାନୀ କରିବାକୁ ଯୋଜନା କରୁଛି । କେବଳ ଏପ୍ରିଲ ମାସରେ ୨.୪ ଲକ୍ଷ ଟନ ଗହମ କିଣିବ ବୋଲି କହିଛନ୍ତି । ସେପଟେ ବିଶ୍ବରେ ରୁଷିଆ ଓ ୟୁକ୍ରେନ ପ୍ରମୁଖ ଗହମ ରପ୍ତାନିକାରୀ ଦେଶ ଭାବେ ଜଣାଶୁଣା । ଏହା ସହିତ ପୂର୍ବ ୟୁରୋପର କେତେକ ଦେଶ ବି ଗହମ ରପ୍ତାନି କରନ୍ତି । ଏସବୁ ରପ୍ତାନି କାରବାର କୃଷ୍ଣ ସାଗର ମଧ୍ୟ ଦେଇ ହୋଇଥାଏ । କିନ୍ତୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ କୃଷ୍ଣ ସାଗରରେ ବାଣିଜ୍ୟିକ ଜାହାଜଗୁଡ଼ିକୁ ଅନୁମତି ଦିଆଯାଉନାହିଁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts