ଅରୁଣାଚଳ ପ୍ରଦେଶର ଉତ୍ତର ପାଙ୍ଗିନ୍‌ରେ ଭୂକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୫.୧

ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶର ଉତ୍ତର ପାଙ୍ଗିନ୍‌ରେ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଗତକାଲି ରାତି ୯.୫୧ରେ ଭୂକମ୍ପ ଝଟକା ଅନୁଭୂତ ହେଇଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୧ ରହିଥିବା ଜଣାପଡିଛି ।

ତେବେ ଏହି ଭୂକମ୍ପ ୧୧୭୪ କିଲୋମିଟର ବ୍ୟାପ୍ତି ଉତ୍ତର ପାଙ୍ଗିନ୍‌ରେ ଅନୁଭୂତ ହୋଇଥିଲା । ସୂଚନା ଅନୁସାରେ ଗତ ବୁଧବାର ଲଦାଖରେ ମଧ୍ୟ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା । ମାତ୍ର ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରହିଥିବା ବେଳେ ଶ୍ରୀନଗର ପର୍ଯ୍ୟନ୍ତ ପ୍ରଭାବ ଦେଖାଯାଇଥିଲା ।ଅନ୍ୟପଟେ ଅନ୍ୟ ଏକ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରହିଥିବା ବେଳେ ୧୬ ତାରିଖରେ ଏହା ଅନୁଭୂତ ହୋଇଥିଲା । ତେବେ ଏହା ୧୬ ତାରିଖ ୦୯.୪୦ରେ ହୋଇଥିବା ବେଳେ ଲାଟିଚ୍ୟୁଡ୍‌ ୩୫.୧୬ ଏବଂ ଲଙ୍ଗିଚ୍ଯୁଡ୍‌ ୭୪.୭୨ ଓ ଡେଫ୍ତ ୩୦ କିଲୋମିଟିର ରହିଥିଲା । ଉତ୍ତର ଶ୍ରୀନଗର, ଜମ୍ମୁ ଏବଂ କାଶ୍ମୀରୀ ପର୍ଯ୍ୟନ୍ତ ୧୧୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତି ଅନୁଭୂତ ହୋଇଥିଲା ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି । ତେବେ ଏହି ଭୂକମ୍ପ ଝଟକା ରେ କଣ ସବୁ କ୍ଷୟକ୍ଷତି ଘଟିଛି ସେନେଇ ସଠିକ୍ ତଥ୍ୟ ମିଳିନଥିବା ବେଳେ, ମୃତାହତଙ୍କ ସଂଖ୍ୟା ମଧ୍ଯ ସାମ୍ନାକୁ ଆସିନି।

Related Posts