ଲଗାଣ ବର୍ଷା ଯୋଗୁଁ ଏନଏଚ୍‌-୫୩ରେ ଘାଇ, ଯୋଗାଯୋଗ ବିଚ୍ଛିନ୍ନ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଫଳରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । କାହା ଘରେ ଭିତରେ ପାଣି ପଶିଲାଣି ତ ପୁଣି ଆଉ କେଉଁଠି କାନ୍ଥ ଭୁଷୁଡି ପଡିଛି। ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟର ପ୍ରାୟତଃ ସମସ୍ତ ଅଞ୍ଚଳ ବର୍ଷା ଯୋଗୁଁ ପ୍ରଭାବିତ ହୋଇ ପଡିଛି। ବ୍ରାହ୍ମଣୀରେ ବନ୍ୟା ଜଳ ଯୋଗୁ କାମାକ୍ଷାନଗରର ବହୁ ରାସ୍ତା ପାଣିରେ ବୁଡ଼ି ଯାଇଛି। କାମାକ୍ଷାନଗର ଥାନା ସିଆରିମାଳିଆଠାରେ ପେରପେରିଆ ନାଳରେ ଉଛୁଳୁଛି ବନ୍ୟାଜଳ । ପେରପେରିଆ ନାଳରେ ବନ୍ୟାଜଳ ଯୋଗୁଁ ଏନ୍ଏଚ-୫୩ରେ ୪୦ ଫୁଟର ଘାଇ ସୃଷ୍ଟି ହୋଇ ଡୁବୁରୀ-ତାଳଚେର ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି , ଅନେକ ଲୋକଙ୍କ ଯାତାୟତ ବାଧା ପ୍ରାପ୍ତ ହୋଇଛି। 

ଲଗାଣ ବର୍ଷା ହେତୁ ଆଠଗଡ଼ ବ୍ଲକର ୨ଟି ଗାଁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ କଣ୍ଟିଆ ନଦୀରେ ବନ୍ୟାଜଳ ଆସି ଗୋପିନାଥପୁରରେ କୂଳ ଲଙ୍ଘିଲା । ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦହିସରା ମାଧପୁର ଠାରେ ୪ ଫୁଟର ପାଣି ପ୍ରବାହିତ ହେଉଛି । ସେହିପରି ପୁଇଁତଳା ବ୍ଲକ ଉତ୍ତରବାହାଲ ଗାଁ କାଲସାଏପଡ଼ା ଲୋକେ ଜଳ ବନ୍ଦୀ  ଅବସ୍ଥାରେ ଥିବା ବେଳେ କାଲସାଏପଡ଼ାରେ ଲୋକଙ୍କ ଘରେ ବର୍ଷା ପାଣି ପଶି ସମସ୍ୟା ସୃଷ୍ଟି କରିଛି। 

Related Posts