ଏକକ ଘରୋଇ ବିଶ୍ୱବିଦ୍ୟାଳୟ ହେବ ଡ୍ରିମ୍ସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏକକ ଘରୋଇ ବିଶ୍ୱବିଦ୍ୟାଳୟ ହେବ ଡ୍ରିମ୍ସ । ଉଚ୍ଚତର ବୃତ୍ତିଗତ ବୈଷୟିକ ଶିକ୍ଷାଦାନ ଭାବେ ଏହାକୁ ବିଶ୍ବବିଦ୍ୟାଳୟରେ ରୂପାନ୍ତରିତ କରିବା ନିମନ୍ତେ ଆଇନ ପ୍ରଣୟନ ଲାଗି ପ୍ରସ୍ତାବ ଆସିଛି। ଏହା ନିଜସ୍ବ ଅର୍ଥରେ ପରିଚାଳିତ ବହୁ ବିଭାଗୀୟ ଅନୁବନ୍ଧନ ପ୍ରଦାନ କରୁ ନ ଥିବା ଏକକ ବିଶ୍ବବିଦ୍ୟାଳୟ ହେବ। ରାଜ୍ୟ ସରକାରଙ୍କୁ କୌଣସି ଆର୍ଥିକ ସହାୟତା ରାଶି ଦାବି କରିବ ନାହିଁ।

ଏହାଦ୍ବାରା ବୈଷୟିକ ଶିକ୍ଷା‌ କ୍ଷେତ୍ରରେ ବିଭିନ୍ନ ବିଷୟରେ ଶିକ୍ଷା ଓ ଗବେଷଣା ପରିସର ବୃଦ୍ଧି, ନୂଆ ପିଢ଼ିର ଯୁବଗୋଷ୍ଠୀ ବିଭିନ୍ନ ଶିଳ୍ପ ସଂସ୍ଥା ସଂସ୍ପର୍ଶରେ ଆସିବା ସହ ନିଯୁକ୍ତିଭିତ୍ତିକ ପାଠ୍ୟକ୍ରମ ପଢ଼ିବା ନିମନ୍ତେ ସୁଯୋଗ ପାଇପାରିବେ। ପ୍ରସ୍ତାବିତ ବିଶ୍ବବିଦ୍ୟାଳୟରେ ବିଭିନ୍ନ ବିଭାଗ ଖୋଲିବା ଦ୍ବାରା ରାଜ୍ୟରେ ବହୁବିଧ ଓ ଅନ୍ତଃ-ବିଭାଗୀୟ ପାଠ୍ୟକ୍ରମ ପ୍ରଚଳନ ହୋଇପାରିବ। ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁ ମୋଦନ ଦେଇଛି। ଖୁବ୍ ଶୀଘ୍ର ସରକାର ଡ୍ରିମ୍‌ସ୍ ବିଶ୍ବବିଦ୍ୟାଳୟ, ଓଡ଼ିଶା ଅଧିନିୟମ, ୨୦୨୨ ପ୍ରସ୍ତୁତ କରିବେ।

Related Posts