ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଦ୍ରୌପଦୀ ମୁର୍ମୁ; ପୈତୃକ ଗାଁରେ ଉତ୍ସବର ମାହୋଲ,ନାଚଗୀତରେ ମସଗୁଲ ରାଇରଙ୍ଗପୁର ବାସୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନବ ନିର୍ବାଚିତ ରାଷ୍ଟ୍ରପତି ମୟୁରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ଶପଥ ପାଠ ସମାରୋହ ଉପଲକ୍ଷେ ରାଇରଙ୍ଗପୁର ବାସିନ୍ଦା ଆଜି ସକାଳୁ ନାଚଗୀତରେ ମସଗୁଲ ଥିବା ପରିଲକ୍ଷିତ ହୋଇଛି। ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ତାଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାପରେ ଦ୍ରୌପଦୀଙ୍କ ଗାଁ ରାଇରଙ୍ଗପୁରରେ ଦେଖିବାକୁ ମିଳିଛି ଉତ୍ସବର ପରିବେଶ। ଆଜି ରାଇରଙ୍ଗପୁର ପିସିଏମ୍ କଲ୍ୟାଣୀ ମଣ୍ତପଠାରେ ଦ୍ରୌପଦୀ ମୁର୍ମୁ ଶପଥ ପାଠ ନେବା ସମୟର ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ କଲ୍ୟାଣୀ ମଣ୍ଡପଠାରେ ଏକ ବଡ଼ ଏଲ୍ଇଡି ଟିଭି ଲଗାଯାଇଥିଲା। ଲୋକେ ସେଠାରେ ରୁଣ୍ଡ ହୋଇ ଶପଥ ଗ୍ରହଣ ଉତ୍ସବ ଦେଖିଛନ୍ତି। ଏହାପରେ ରାଇରଙ୍ଗପୁର ଗାନ୍ଧୀ ପାର୍କଠାରେ ନାଚଗୀତ, ବାଣ, ରୋଷଣୀ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଉଛି।

Related Posts