ବିଜେଡିର ସାଂସଦ ଓ ବିଧାୟକମାନଙ୍କ ସମର୍ଥନ ଲୋଡ଼ିଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେଡିର ସାଂସଦ ଓ ବିଧାୟକମାନଙ୍କ ସମର୍ଥନ ଲୋଡ଼ିଲେ ଦ୍ରୌପଦୀ ମୁର୍ମୁ । ତେବେ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଦ୍ରୌପଦୀ ମୁର୍ମୁ । ସେପଟେ ଭୁବନେଶ୍ୱରରେ ପହଞ୍ଚିବ ପରେ ବିଧାନସଭାରେ ବିଜେଡି ସାଂସଦ ଓ ବିଧାୟକଙ୍କୁ ଭେଟିଛନ୍ତି ଦ୍ରୌପଦୀ ମୁର୍ମୁ । ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କରିଥିବାର ଦେଖିବାକୁ ମିଳିଥିଲା । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲି । ବିଦେଶରେ ଥାଇ ମୋ ସହ ଫୋନରେ କଥା ହୋଇଥିଲେ । ମୁଁ ଗାଁର ଝିଅ, ମନ୍ତ୍ରୀ ଥିଲି, ବହୁ କାମ କରିଛି ।

ସମସ୍ତଙ୍କୁ ଧନ୍ୟବାଦ ଦେଲେ ଦ୍ରୌପଦୀ ମୁର୍ମୁ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ଲାଗି ନିବେଦନ କରିବା ସହ ଦଳ ବାହାରେ ଅନ୍ୟମାନଙ୍କ ସମର୍ଥନ ଲାଗି ବି ଚେଷ୍ଟା କରାଯିବ ବୋଲି କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି ।

Related Posts