ଶପଥ ଗ୍ରହଣ ପୂର୍ବରୁ ରାଜଘାଟରେ ଦ୍ରୌପଦୀ ମୁର୍ମୁ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ଏନେଇ ପ୍ରସ୍ତୁତି ଶେଷ ହୋଇଥିବା ବେଳେ, ତେବେ ଦେଶର ସର୍ବୋଚ୍ଚ ପଦବୀ ପାଇଁ ଶପଥ ଗ୍ରହଣ କରିବା ପୂର୍ବରୁ ନୂଆଦିଲ୍ଲୀରେ ସ୍ବତନ୍ତ୍ର ବିଧିବ୍ୟବସ୍ଥା ରହିଥିବା ବେଳେ କଡ଼ା ସୁରକ୍ଷାବଳୟ ଭିତରେ ରହିଛି ନୂଆଦିଲ୍ଲୀ। ଶପଥ ନେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ତାଙ୍କ ବାସଭବନରୁ ରାଜଘାଟ ଅଭିମୁଖେ ବାହାରିଥିଲେ। ଏହି ପରିପ୍ରେକ୍ଷିରେ ସେ ରାଜଘାଟରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ଏହାପରେ ୯ଟା ୪୨ରେ ରାଷ୍ଟ୍ରପତି କୋବିନ୍ଦ ଏବଂ ଦ୍ରୌପଦୀ ମୁର୍ମୁ କାବେରୀ ଛାଡ଼ି ଦରବାର ହଲ୍ ଅଭିମୁଖେ ବାହାରିବେ। ଏହାପରେ ରାଷ୍ଟ୍ରପତିଙ୍କ ଲିମୋସିନରେ ବସି ଉଭୟ ସଂସଦ ଅଭିମୁଖେ ଯିବେ । ଗେଟ୍ ନମ୍ବର ୫ରେ ପହଞ୍ଚିବା ପରେ ସକାଳ ୧୦ଟା ୩ରେ ରାଜ୍ୟସଭା ଅଧ୍ୟକ୍ଷ, ଲୋକସଭା ବାଚସ୍ପତି ଏବଂ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସେମାନଙ୍କୁ ପାଛୋଟି ନେବେ। ଏହାପରେ ଶୋଭାଯାତ୍ରା, ସଂସଦର କେନ୍ଦ୍ରୀୟ କକ୍ଷ ପର୍ଯ୍ୟନ୍ତ ଯିବ। ୧୦ଟା ୧୪ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ. ଭି. ରମନା, ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ଶପଥ ପାଠ କରାଇବେ।

ତେବେ ଶପଥ ସମାରୋହ ପୂର୍ବରୁ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସମସ୍ତ ସାଂସଦଙ୍କୁ ସାଥିରେ ଧରି ନବନିଯୁକ୍ତ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କୁ ଭେଟିଛନ୍ତି । ଶପଥ ସମାରୋହରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Related Posts