ତଳମୁହାଁ ସଂକ୍ରମଣ: ଆସନ୍ତା ୨୭ ତାରିଖରୁ ଅନ୍ତର୍ଜାତୀୟ ପାସେଞ୍ଜର ବିମାନ ସେବା ଆରମ୍ଭ

ଦେଶରେ ଏବେ ସଂକ୍ରମଣ କମିବାରେ ଲାଗିଛି । ଫଳରେ କମୁଥିବା ସଂକ୍ରମଣ ହାର କୁ ଦୃଷ୍ଟିରେ ରଖି ସରକାରଂକ ପକ୍ଷରୁ କଟକଣା ହଟୁ ଥିବା ବେଳେ, ଆସନ୍ତା ୨୭ ତାରିଖରୁ ଚାଲୁ ହେବ ଅନ୍ତର୍ଜାତୀୟ ପାସେଞ୍ଜର ବିମାନ ସେବା । କୋଭିଡ ପାଇଁ ବନ୍ଦ ଥିବାରୁ ଏହାକୁ ପୁଣି କାର୍ଯ୍ୟକ୍ଷମ କରାଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ଅନୁସାରେ ନିୟମ ମାନି ଏହି ବିମାନ ସେବା ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏ ନେଇ କେନ୍ଦ୍ରୀ ବେସାମିରକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ବିଟ କରି କହିଛନ୍ତି ଯେ ଏହି ପଦକ୍ଷେପ ଦ୍ବାରା ବିଭାଗ ଏକ ନୂଆ ସ୍ତରରେ ପହଞ୍ଚିବ । ଆସନ୍ତା ୨୭ ତାରିଖ ଠାରୁ ଅନ୍ତର୍ଜାତୀୟ ପ୍ୟାସେଞ୍ଜର ବିମାନ ସେବା ଆରଂଭ ହେବ।

ମହାମାରୀ ତୃତୀୟ ଲହର ଦେଖାଯିବା ପରେ ୨୦୨୨ ମସିହା ଫେବୃଆରୀ ୨୮ ତାରିଖରେ ବିମାନ ସେବାର ବନ୍ଦ ଅବଧିକୁ ବୃଦ୍ଧି କରାଯାଇଥିଲା। ତେବେ ଏବେ ଦେଶରେ ସଂକ୍ରମଣ କମୁଥିବା ବେଳେ ପୁଣି ଥରେ ବିମାନ ସେବା ଆରମ୍ଭ ହେବ ।

Related Posts