(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଉଛି କରୋନା ସଂକ୍ରମଣ | ବଢୁଥିବା ସଂକ୍ରମଣ କୁ ନେଇ ହାହାକାର ପଡିଛି ଦିଲ୍ଲୀରେ । ଦୈନନ୍ଦିନ ମାତ୍ରାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ, ଅପରପକ୍ଷରେ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବଢି ଚାଲିଛି । ପାଗ ପରିସ୍ଥିତି ଏଭଳି ଉତ୍କଟ ରୂପ ଧାରଣା କରିଛି ଯେ `ସ୍ମଶାନ ଠାରୁ ଅନେକ ଦୂର ଯାଏ ଶବ ସତ୍କାର କରିବା ପାଇଁ ଲମ୍ବା ଧାଡି ଦେଖିବା ପାଇଁ ମିଳୁଛି । ଏବଂ ଶବଦାହ ପାଇଁ ସ୍ମଶାନରେ କୌଣସି ସ୍ଥାନ ବି ବାକି ନାହିଁ ।ଅନେକ ନିଜର ପ୍ରିୟ ପରିଜନ ଓ ଆତ୍ମୀୟ ସ୍ୱଜନଙ୍କୁ ହରାଇ ସାରିଲେଣି | ଅନବରତ ଜଳୁଛି ଶେଷ ଚିତା ,ଧୂମ ସହ କୁହୁଳୁଛି ସେଠାକାର ପରିବେଶ | ଏଭଳି କରୁଣ ପରିସ୍ଥିତି ର ଖବରକୁ ନେଇ ଟ୍ୱିଟର ରେ ଦିଲ୍ଲୀ ସ୍ମଶାନ ଘାଟର ଭିଡିଓ ସେୟାର କରିଛନ୍ତି କଂଗ୍ରେସ ନେତା ଅଜୟ ମାକେନ୍ ।
ଯେଉଁଥିରୁ ଏହି ହୃଦୟବିଦାରକ ଦୃଶ୍ୟ ସ୍ପଷ୍ଟ ଭାବରେ ଅନୁଭବ କରିହେଉଛି । ସେ ବିନମ୍ର ନିବେଦନ କରି ଲେଖିଛନ୍ତି, ସଂକ୍ରମଣ ପରୀକ୍ଷା କରିବା ପାଇଁ ଲମ୍ବା ଧାଡି ଲାଗୁଛି । ଚିକିତ୍ସାଳୟରେ ତା ଠାରୁ ଆହୁରି ଲମ୍ବା ଧାଡି ଦେଖିବାକୁ ମିଳୁଛି । ଏବଂ ସମ୍ପ୍ରତି ସ୍ମଶାନରେ ମଧ୍ୟ ଜୁଇ ଜଳାଇବା ପାଇଁ ବି ଲମ୍ବା ଧାଡିରେ ଅପେକ୍ଷା କରିବା ପାଇଁ ପଡୁଛି । ସେଥିପାଇଁ ସର୍ବୋତ୍ତମ ଉପାୟ – ଘରେ ରୁହନ୍ତୁ – ସୁସ୍ଥ ରୁହନ୍ତୁ । କୋଭିଡ ନିୟମକୁ ଅନୁସରଣ କରନ୍ତୁ । ସୂଚନାଯୋଗ୍ୟ ଶହସ୍ରାଧିକ କରୋନା ମାମଲା ଦିଲ୍ଲୀରେ ଦଖିବାକୁ ମିଳୁଛି । ଡାକ୍ତରଖାନାରେ ଅମ୍ଳଜାନ ସଙ୍କଟରୁ ଅକାଳରେ ଝଡ଼ିଯାଉଛି ଅନେକ ମୂଲ୍ୟବାନ ଜୀବନ । ଏହାକୁ ଧ୍ୟାନ ଦେଇ ଦିଲ୍ଲୀ ସରକାର ମେ ୩ ତାରିଖ ଯାଏ ଦିଲ୍ଲୀରେ ତାଲାବନ୍ଦ ଘୋଷଣା କରିଛନ୍ତି ।