ଶ୍ରୀମନ୍ଦିର ଭିତରକାଠ ନିକଟରେ ବାନ୍ତି କରିଦେଲେ ଭକ୍ତ: ମହାପ୍ରଭୁଙ୍କ ହେଲା ବଡ ମହାସ୍ନାନ ନୀତି

ପୁଣି ଥରେ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ଅଭାବନୀୟ ସ୍ଥିତି | ଗତକାଲି ପରି ଆଜି ମଧ୍ୟ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି | ଜଣେ ଭକ୍ତ ମନ୍ଦିର ପରିସରରେ ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ମହାସ୍ନାନ ନୀତି ହୋଇଛି | ଭିତରକାଠ ନିକଟରେ ଭକ୍ତ ଜଣଙ୍କ ବାନ୍ତି କରିଦେଇଥିଲେ | ଫଳରେ ଦେବାରୁ ମହାପ୍ରଭୁଙ୍କ ଆଜି ମହାସ୍ନାନ ନୀତି କରାଯାଇଛି। ଅବକାଶ ନୀତି ପରେ ଭିତରକାଠ ନିକଟରୁ ଦର୍ଶନ କରାଯାଉଥିଲା ସେହି ସମୟରେ ଜଣେ ଭକ୍ତ ବାନ୍ତି କରିଦେଇଥିଲେ। ଫଳରେ ଦର୍ଶନ ବନ୍ଦ କରାଯାଇ ମହାସ୍ନାନ ନୀତି ପରେ ଦର୍ଶନ ଆରମ୍ଭ ହୋଇଛି।

ଏଥିପାଇଁ ଏକ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା। ଗତକାଲି ମଧ୍ୟ ସେହିପରି ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ଶ୍ରୀଜୀଉଙ୍କ ମହାସ୍ନାନ ନୀତି କରାଯାଇଥିଲା। ନୀତିକୁ ବନ୍ଦ କରାଯାଇ ମହାସ୍ନାନ ନୀତି କରାଯାଇଥିଲା।। ଦର୍ଶନ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ ସମୟଧରି ବନ୍ଦ ରହିଲା ଫଳରେ ବଡଦାଣ୍ଡରେ ଲମ୍ବା ଭିଡ ଦେଖିବାକୁ ମିଳିଥିଲା | ଟାଣ ଖରାରେ ଭକ୍ତ ମାନେ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଛିଡା ହୋଇଛନ୍ତି |

Related Posts