ଗଣତନ୍ତ୍ରକୁ ନଷ୍ଟ କରୁଛି ସୋସିଆଲ ମିଡିଆ ପ୍ଲାଟଫର୍ମ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା

ସୋସିଆଲ ମିଡିଆ ଗଣତନ୍ତ୍ରକୁ ନଷ୍ଟ କରୁଥିବା କହିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା | ଦୀର୍ଘ ସମୟର ନିରବତା ପରେ ହଟାତ ସୋସିଆଲ ମିଡିଆକୁ ନେଇ ଏପରି ଟିପଣି ଦେଇଛନ୍ତି | ସୋସିଆଲ ମିଡ଼ିଆ ପ୍ଲାଟଫର୍ମଗୁଡିକ ଗଣତନ୍ତ୍ରକୁ ନଷ୍ଟ କରୁଛି। ଷ୍ଟାନଫୋର୍ଡ ୟୁନିଭରସିଟିର ଏକ ସମାରୋହରେ ଭାଷଣ ଦେଇ ଓବାମା ବର୍ତ୍ତମାନକୁ ଇତିହାସର ଅନ୍ୟ ଏକ ବିପଜ୍ଜନକ ମୁହୂର୍ତ୍ତ ବୋଲି କହିଛନ୍ତି।

ଭୁଲ ତଥ୍ୟ ଆମ ଗଣତନ୍ତ୍ର ପାଇଁ ଏକ ବଡ ବିପଦ, ଆମେ ଏହାର ସମାଧାନ ପାଇଁ ମିଳିତ ଭାବେ କାର୍ଯ୍ୟ ନକରିବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସେ କହିଛନ୍ତି। ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ୪୪ତମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ ତୁଲାଇଥିବା ଓବାମା ରୁଷର ୨୦୧୬ ନିର୍ବାଚନ ଏବଂ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଓବାମା କହିଛନ୍ତି ଯେ ସୋସିଆଲ ମିଡିଆ କମ୍ପାନୀଗୁଡିକ ଯାହା ଦେଖାଇବାକୁ ଚାହାଁନ୍ତି ଆମେ ତାହା ଦେଖୁ। ତଥାପି ଠିକ୍ ଭୁଲର ବିଚାର କରିବାରେ ଏବେ ପର୍ଯ୍ୟନ୍ତ ବିଳମ୍ବ ହୋଇନାହିଁ ବୋଲି ସେ କହିଛନ୍ତି। ଆମେ ବର୍ତ୍ତମାନ ଦେଖୁଥିବା ସମସ୍ତ ସମସ୍ୟା ଏହି ନୂତନ ଟେକ୍ନୋଲୋଜିର କାରଣ ନୁହେ, ଏହା କମ୍ପାନୀଗୁଡିକ ଦ୍ଵାରା ନିର୍ମିତ ନିର୍ଦ୍ଦିଷ୍ଟ ପସନ୍ଦଗୁଡିକର ଫଳାଫଳ। ସତ୍ୟ ମିଥ୍ୟା, ସହଯୋଗ ଏବଂ ଦ୍ୱନ୍ଦ୍ୱର ପ୍ରତିଯୋଗିତାରେ,ଏହି ପ୍ଲାଟଫର୍ମଗୁଡିକ ଆମକୁ ଭୁଲ୍ ଦିଗକୁ ଟାଣୁଥିବା ପରି ମନେହୁଏ, ଯାହାର ଫଳାଫଳ ଆମେ ଦେଖୁଛୁ ବୋଲି ଓବାମା ତାଙ୍କର ଏକ ଘଣ୍ଟାର ଭାଷଣରେ କହିଥିଲେ |

Related Posts