ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା; ‘ଏବେ ମିଳିବନି ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା’

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ‘ସୁଭଦ୍ରା’ ଯୋଜନାକୁ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଏବେ ମିଳିବ ନାହିଁ ବୋଲି ସେ କହିଛନ୍ତି | ଡିସେମ୍ବର ୨୫ ତାରିଖରେ ମିଳିବାକୁ ଥିବା ଚତୁର୍ଥ ପର୍ଯ୍ୟାୟକୁ ସରକାର ରଖିଛନ୍ତି। ଏହାସହିତ ଯାଞ୍ଚ ପ୍ରକ୍ରିୟା ଶେଷ କରିନଥିବା ହିତାଧିକାରୀଙ୍କୁ ସରକାରଙ୍କ ଶେଷ ସୁଯୋଗ ଦେଇଛନ୍ତି।

ଏନେଇ ଗଣମାଧ୍ୟମକୁ ପ୍ରଭାତୀ ପରିଡା କହିଛନ୍ତି, ବର୍ତ୍ତମାନ ପାଇଁ ଚତୁର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି। ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ଚତୁର୍ଥ ପର୍ଯ୍ୟାୟ ସ୍ଥଗିତ ରହିଛି । ସବୁ ପ୍ରକାର ଯାଞ୍ଚ ସରିଲେ, ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ଆଶା ରହିଛି ବୋଲି କହିଛନ୍ତି। ଏହାସହିତ 5 ଏକରରୁ ଅଧିକ ଜମି ଥାଇ ଆବେଦନ କରିଥିବା ମହିଳାଙ୍କୁ ଘରକୁ ଯାଇ ଫିଲ୍ଡ ଭେରିଫିକେସନ କରାଯିବ ବୋଲି ସେ କହଛନ୍ତି | ସେହିପରି E kyc ଏବଂ ବାଇଓମେଟ୍ରିକ ଜରିଆରେ ତୁରନ୍ତ ସୁଭଦ୍ରା ଯାଞ୍ଚ ପ୍ରକ୍ରିୟା ଶେଷ କରନ୍ତୁ ବୋଲି ପ୍ରଭାତୀ ପରିଡା ଆଜି ଅନୁରୋଧ କରିଛନ୍ତି।

ତେବେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ ୮୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇସାରିଛି । ଡିସେମ୍ବର ୧ ତାରିଖ ସୁଦ୍ଧା ସୁଭଦ୍ରା ପାଇଁ ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଜଣ ମହିଳା ଆବେଦନ କରିସାରିଥିବା ସୂଚନା ରହିଛି ।

Related Posts