୨୦୦ କୋଟି ଟଙ୍କା ହେରଫେର ମାମଲାରେ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଆଶ୍ୱସ୍ତି, ଅନ୍ତରୀଣ ଜାମିନ ବୃଦ୍ଧି କଲେ ଦିଲ୍ଲୀ ପଟିଆଲା କୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଏକ ବଡ ଆଶ୍ୱସ୍ତି ମିଳିଛି । ଏହି ମାମଲାରେ ଆଜି ଦିଲ୍ଲୀ ପଟିଆଲା କୋର୍ଟରେ ଶୁଣାଣିଥିଲା । ହେଲେ ଇଡି ପକ୍ଷରୁ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଦସ୍ତାବିଜ ଦାଖଲ କରାନଯାଇ ନଥିଲା । ତେଣୁ କୋର୍ଟଙ୍କ ତରଫରୁ ଜ୍ୟାକଲିନଙ୍କୁ ମିଳିଥିବା ଅନ୍ତରୀଣ ଜାମିନ ଅବଧିକୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ମାମଲାର ଶୁଣାଣି କ୍ରମରେ କୋର୍ଟ ଇଡିକୁ ସମ୍ପୂର୍ଣ୍ଣ ଦସ୍ତାବିଜ ଦାଖଲ କରିବାକୁ କହିଥିଲେ । ହେଲେ ଇଡି ଦସ୍ତାବିଜ୍ ଦାଖଲ କରିବାକୁ କୋର୍ଟଙ୍କୁ ସମୟ ମାଗିଥିଲା । ଫଳରେ କୋର୍ଟ ଏହି ମାମଲାର ଶୁଣାଣି ପାଇଁ ପୁଣି ଏକ ତାରିଖ ଧାର୍ଯ୍ୟ କରିବା ସହ ଜ୍ୟାକଲିନଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି ।

କୋର୍ଟଙ୍କ ତରଫରୁ ଇଡିକୁ ପ୍ରଶ୍ନ କରାଯାଇଥିଲା ଯେ, ‘ଆପଣ ଚାର୍ଜସିଟର କପି ସମସ୍ତ ପକ୍ଷଙ୍କୁ ବାଣ୍ଟିଥିଲ କି’ ଏହାର ଜବାବରେ ଜ୍ୟାକଲିନଙ୍କ ଓକିଲ ପ୍ରଶାନ୍ତ ପାଟିଲ କହିଥିଲେ ଯେ ଇଡି ତରଫରୁ ତାଙ୍କୁ ଚାର୍ଜସିଟର କୌଣସି କପି ମିଳିନାହିଁ ।

ସେପଟେ ଏହି ମାମଲାରେ ଅଗଷ୍ଟ ୧୭ ତାରିଖରେ ଇଡି ତରଫରୁ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଯେଉଁଥିରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା । ଏହାପରେ କୋର୍ଟ ତରଫରୁ ଜ୍ୟାକଲିନଙ୍କୁ ନୋଟିସ ଜାରି କରାଯାଇଥିଲା ।

Related Posts