ଏଲଏନଜେପି ଡାକ୍ତରଖାନାରେ ଭର୍ତ୍ତି ହେଲେ ତିହାର କାରାଗାରରେ ସଜା କାଟୁଥିବା ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ : ଏଲଏନଜେପି ଡାକ୍ତରଖାନାରେ ଭର୍ତ୍ତି ହେଲେ ତିହାର କାରାଗାରରେ ସଜା କାଟୁଥିବା ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ମନି ଲଣ୍ଡରିଙ୍ଗ ମାମଲାରେ ତିହାର କାରାଗାରରେ ସଜା କାଟୁଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସୋମବାର ଲୋକନାୟକ ଜୟ ପ୍ରକାଶ (ଏଲଏନଜେପି) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୫୭ ବର୍ଷୀୟ ଜୈନଙ୍କର ଶରୀରରେ ଅମ୍ଳଜାନ ମାତ୍ରା କମିବା ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଛି ।ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କୁହାଯାଇଛି।

ଖବର ଅନୁସାରେ, ଅଣ୍ଟାରେ ଯନ୍ତ୍ରଣା ଓ ହୃଦ ସ୍ପନ୍ଦନ ବଢ଼ିଯିବାରୁ ତାଙ୍କୁ ପ୍ରଥମେ ତିହାର କାରାଗାରରୁ ଜୀବୀ ପନ୍ତ ଡାକ୍ତରଖାନାକୁ ନିଆ ଯାଇଥିଲା। ପରେ ତାଙ୍କୁ ସେଠାରୁ ଏଲଏନଜେପି ଡାକ୍ତରଖାନାକୁ ପଠାଯାଇଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସତ୍ୟେନ୍ଦ୍ରଙ୍କୁ ପିଏମଏଲଏ (ପ୍ରିଭେନ୍ସନ ଅଫ୍‌ ମନି ଲଣ୍ଡ୍ରିଙ୍ଗ ଆକ୍ଟ)ର ଧାରା ଅଧୀନରେ ଗତ ମେ ୩୦ରେ ଗିରଫ କରିଥିଲା। ଜୈନ୍‌ ଏବେ ନ୍ୟାୟିକ ହେପାଜତରେ ଅଛନ୍ତି। ଗତ ଏପ୍ରିଲ୍ ମାସ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜୈନ୍‌ ପରିବାରର କମ୍ପାନୀଗୁଡ଼ିକର ୪.୮୧ କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତି କରିଥିଲା ।

Related Posts