ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା: ଆଜି ବସିବ ପ୍ରଥମ ସମନ୍ବୟ ବୈଠକ

ପୁରୀ: ଆସନ୍ତା ଜୁଲାଇ ୧ରେ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ଘୋଷଯାତ୍ରା | ଏନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି | ତେବେ ଗତ ଦୁଇ ବର୍ଷ ହେଲା ମହାମାରୀ କରୋନା ପାଇଁ ଫିକା ପଡିଯାଇଥିଲା ମହାପ୍ରଭୁଙ୍କ ଘୋଷଯାତ୍ରା | କିନ୍ତୁ ଚଳିତ ବର୍ଷ ସଂକ୍ରମଣ କମ ଥିବା ବେଳେ, ପୂର୍ବ ବର୍ଷ ପରି ଚଳିତ ବର୍ଷ ଭକ୍ତଂକ ଗହଳିରେ ଧୁମ ଧାମରେ ଘୋଷ ଯାତ୍ରା ପାଳନ ନେଇ ଆଜି ବସିବ ବୈଠକ |

ଦୁଇବର୍ଷ ଧରି ରଥଯାତ୍ରା ସମନ୍ବୟ ବୈଠକ ବନ୍ଦ ରହିବା ପରେ ଚଳିତ ବର୍ଷ ରଥଯାତ୍ରା ପାଇଁ ପୁଣିଥରେ ସମନ୍ବୟ ବୈଠକ ଡକାଯାଇଛି। ଗୁରୁବାର ପୁରୀରେ ବସିବ ପ୍ରଥମ ସମନ୍ବୟ ବୈଠକ । ପୁରୀ ସ୍ବତନ୍ତ୍ର ସର୍କିଟ୍ ହାଉସ୍ ଠାରେ ଏହି ବୈଠକ ଅନୁଷ୍ଠିତ ହେବ। ସ୍ବାସ୍ଥ୍ୟ ଓ ପରିମଳ ସେବା,ପାନୀୟ ଜଳ ଯୋଗାଣ,ରାସ୍ତାଘାଟ ମରାମତି ଓ ବିଦ୍ୟୁତ ଯୋଗାଣ ସଂପର୍କରେ ଆଲୋଚନା କରାଯିବ ।

ସେପଟେ ଶ୍ରୀନଅର ସ୍ଥିତ ରଥଖଳାର ଚାରିପଟେ ଧଳାକନା ଗୁଡାଯାଇ ୩ରଥର ତୁମ୍ବ ନିର୍ମାଣ ଜାରି ରହିଛି । । ଘୋଷଯାତ୍ରା ପାଇଁ ଆରମ୍ଭ ହୋଇଛି ରଥନିର୍ମାଣ କାମ । ଭୋଇ ସେବାୟତମାନେ ରଥଖଳାରେ ଆବଶ୍ଯକ କାଠ ପହଞ୍ଚାଇବା ପରେ କରତି ସେବାୟତମାନେ ତୁମ୍ବ ନିର୍ମାଣ ପାଇଁ ଫାଶି କାଠ ଚିରଟ କରିଛନ୍ତି । ପ୍ରଥମ ଦିନରେ ୩ ରଥ ପାଇଁ ତୁମ୍ବ ନିର୍ମାଣ କରାଯାଇଛି । ପ୍ରାଥମିକ ଭାବରେ ୩ରଥ ପାଇଁ ୪୨ଟି ଚକର ଆବଶ୍ଯକତା ଥିବାବେଳେ ୪୨ଟି ତୁମ୍ବ ନିର୍ମାଣ କାର୍ଯ୍ୟ କରୁଛନ୍ତି ବିଶ୍ବକର୍ମା ମହାରଣା ଓ କରତି ସେବାୟତ ।

Related Posts