କଟକ ଛତ୍ରବଜାର ପୋଲ ଭୁଷୁଡିବା ଘଟଣାରେ ଆରମ୍ଭ ହେଲା ଆରଡିସି ସ୍ତରୀୟ ତଦନ୍ତ । ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣର ଓ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଘଟିଥିଲା ଅଘଟଣ । ଏହି ଘଟଣାରେ 2 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ।
ସୂଚନାଯୋଗ୍ୟ, ଗତ ୯ତାରିଖରେ ଛତ୍ରବଜାର ପୋଲର କିଛି ଅଂଶ ଭୁଷୁଡି ପଡିଥିଲା । ଏହି ପୋଲ ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ଏହି ଘଟଣା ରେ ଆରଡିସି ସ୍ତରୀୟ ତଦନ୍ତ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏ ଯାଏଁ ଦୋଷୀଙ୍କ ବିରୋଧରେ ହୋଇନାହିଁ କାର୍ଯ୍ୟାନୁଷ୍ଠାନ । ସେପଟେ ଏହି ଘଟଣାରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି ।