ଓମ୍‌କାର ରାଏଙ୍କୁ ଜେରା; ‘ଓ’ ହବ୍ ୪ ଘଣ୍ଟା ସିଲ୍

ଭୁବନେଶ୍ୱର,୫/୯(ସତ୍ୟପାଠ ବ୍ୟୁରୋ): ଦୀର୍ଘ ଦିନ ଧରି ଷ୍ଟାର୍ଟ ଅପ୍ ଓଡ଼ିଶା ବିରୋଧରେ ଥିବା ଅନିୟମିତତାକୁ ନେଇ ତଦନ୍ତ ଚାଲିଛି। ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ତିନିଜଣିଆ କମିଟି ଆଜି ‘ଓ’ ହବ୍‌ରେ ପହଞ୍ଚି ଷ୍ଟାର୍ଟ ଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମ୍‌କାର ରାଏଙ୍କୁ ଜେରା କରିଛି। ଦୀର୍ଘ ଏକ ଘଣ୍ଟା ଧରି କମିଟି ମୁଖ୍ୟ ତଥା ଶିଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ ରେଡ଼ିଙ୍କ ନେତୃତ୍ବରେ ୩ ଜଣ ଅଧିକାରୀ ଶ୍ରୀ ରାଏଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଛନ୍ତି। ପ୍ରଥମେ ସେ ତଦନ୍ତରେ ସାହାଯ୍ୟ କରି ନଥିବା ଅଭିଯୋଗ ହୋଇଥିଲା ତେବେ ପରେ ସେ କମିଟି ସଦସ୍ୟଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ |

ଗୋଟିଏ ପଟେ ଏ ନେଇ କମିଟି ମୁହଁ ଖୋଲି ନଥିବା ବେଳେ, ଷ୍ଟାର୍ଟ ଅପ୍ ଓଡ଼ିଶା ଅଫିସ୍ ଥିବା ‘ଓ’ ହବ୍‌କୁ ଆଜି ଏକ ପ୍ରକାର ସିଲ୍ କରି ଦିଆଯାଇଥିଲା। ବାହାରେ ୫ ଜଣ ସୁରକ୍ଷାକର୍ମୀ ଫାଟକ ବନ୍ଦ କରି ଛିଡ଼ା ହୋଇଥିଲେ। ବାହାରୁ ଭିତରକୁ କାହାରିକୁ ନଛାଡ଼ିବାକୁ କଡ଼ା ନିର୍ଦ୍ଦେଶ ରହିଥିଲା କୌଣସି ପରିସ୍ଥିତିରେ ଗଣମାଧ୍ଯମ ପ୍ରତିନିଧିମାନେ ଭିତରକୁ ଯେଭଳି ପ୍ରବେଶ କରିବେ ନାହିଁ, ସେନେଇ ଏହି ସୁରକ୍ଷାକର୍ମୀମାନେ ସଜାଗ ରହିଥିଲେ। ସେଥିପାଇଁ ସେଠାରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଜେରାକରି ଟିମ୍ ଫେରି ଯାଇଥିଲେ ମଧ୍ୟ ଷ୍ଟାର୍ଟଅପ୍ ଓଡ଼ିଶାକୁ ସେହିଭଳି ସିଲ୍ ରଖାଯାଇଥିଲା। କମିଟି ଅଗଷ୍ଟ ୨୧ ତାରିଖ ସୁଦ୍ଧା ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା | କିନ୍ତୁ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଦନ୍ତରେ ସହଯୋଗ ନ କରିବାରୁ ଏଭଳି ବିଳମ୍ବ ହୋଇଥିବା ଜଣାପଡ଼ିଛି। କିନ୍ତୁ ଆଜି ଯେଉଁ ଏକଘଣ୍ଟା କାଳ ଜେରା ହୋଇଛି ଓ କମିଟି ଯେଉଁ ସବୁ କାଗଜପତ୍ର ହାସଲ କରିଛି ସେଥିରେ ଏହି ଷ୍ଟାର୍ଟ ଅପ୍ ଓଡ଼ିଶାକୁ ନେଇ ରହିଥିବା ଅଭିଯୋଗ ପାରିବ ବୋଲି କୁହାଯାଉଛି। ପ୍ରମାଣିତ ହୋଇ ପାରିବ ବୋଲି ।

Related Posts