
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ପାଇଁ କୋଭିଡ୍ ପରୀକ୍ଷା ଏବଂ ଖାଦ୍ୟ ପାଇଁ ଦେୟ ଛାଡ କରିବାକୁ ଭାରତୀୟ ରେଳ ଘୋଷଣା କରିଛି।ସରକାରଙ୍କ ସମସ୍ତ, ମନ୍ତ୍ରଣାଳୟ ବିଭାଗ କରୋନା ମହାମାରୀ ସଂକ୍ରମଣକୁ ରୋକିବା ତଥା ମୁକାବିଲା କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଏହି ପ୍ରମୁଖ ଚିକିତ୍ସାର ଦେୟ ଛାଡ କରିବା ଏକ ପଦକ୍ଷେପ। ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ପାଇଁ ରେଳବାଇ ଏକ ବିବୃତ୍ତିରେ କହିଛି। ଶିବିର ତଥା ଗୋଷ୍ଠୀ ସେଟିଂସମୂହରେ ରେଳବାଇରେ ନଥିବା କର୍ମଚାରୀଙ୍କ RTPCR / RAT ପରୀକ୍ଷଣରେ ହୋଇଥିବା ଦେୟ ଛାଡ ଏବଂ କୋଭିଡ ସମ୍ବନ୍ଧୀୟ ଡାକ୍ତରଖାନାରେ ଯୋଗାଉଥିବା ଖାଦ୍ୟ ପାଇଁ ଆଦାୟ କରାଯାଉଥିବା ଦେୟ ଛାଡ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଭାରତୀୟ ରେଳବାଇ କହିଛି କୋଭିଡ ସହିତ ଲଢିବାରେ ସମସ୍ତଙ୍କଠୁ ଆଗରେ ରହିଛି। ଅର୍ଥନୀତିର ଯୋଗାଣ ଶୃଙ୍ଖଳା ଏବଂ ଚକକୁ ବଜାୟ ରଖିବା ଠାରୁ ଆରମ୍ଭ କରି ଅମ୍ଳଜାନ ଏକ୍ସପ୍ରେସ ଚଲାଇବା , କୋଭିଡ କେୟାର କୋଚ ଯୋଗାଇବା ଏବଂ ଅଧିକାଂଶ ପରିସ୍ଥିତିରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଜାରି ରଖିଛି ।