ଯାଜପୁର ଗୋଲାଗାଁରୁ ନକଲି ସିମେଣ୍ଟ କାରଖାନା ଠାବ: 7 ଅଟକ

ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଗୋଲାଗାଁ ନିକଟରୁ ଠାବ ହେଲା ନକଲି ସିମେଣ୍ଟ କାରଖାନା । ୨୦୦ ବସ୍ତାରୁ ଅଧିକ ନକଲି ସିମେଣ୍ଟ ବସ୍ତା ଜବତ ହୋଇଛି । ଏହି ଘଟଣା ରେ ସମ୍ପୃତି ନେଇ ୭ ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ।

ଖବର ଅନୁଯାୟୀ, ଯାଜପୁର କଳିଙ୍ଗନଗର ଗୋଲାଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଚାଲୁଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏନେଇ କଳିଙ୍ଗନଗର ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଚଢାଉ କରିଥିଲା । କାରଖାନାରୁ ୨୦୦ ବସ୍ତାରୁ ଅଧିକ ନକଲି ସିମେଣ୍ଟ ଜବତ ହେବା ସହ କାରବାରରେ ସଂପୃକ୍ତି ଥିବା ୭ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ କେବେଠାରୁ ଏହି ନକଲି କାରଖାନା ଚାଲିଛି । ସେନେଇ ଖୋଲତାଡ଼ କରୁଛି ପୋଲିସ ।

ସେହିପରି ଅଧିକ ତଥ୍ୟ ପାଇଁ ଅଟକ ରଖିଛି ୭ଜଣଙ୍କୁ ପଚରାଉଚରା କରୁଛି । ଏହି ନକଲି କାରଖାନାରୁ କେଉଁଆଡେ ସବୁ ମାଲ୍‌ ଯାଉଥିଲା । ସେନେଇ ମଧ୍ୟ ଖୋଲତାଡ଼ କରୁଛି କଳିଙ୍ଗନଗର ଥାନା ପୋଲିସ।

ନକଲି ସିମେଣ୍ଟ ମିଳିବା ପରେ ଏବେ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।

Related Posts