ଗତ ୨୪ ଘଣ୍ଟାରେ କୋଭିଡ ସ୍ଥିତି – ୨୮୧୨ ଜଣଙ୍କ ମୃତ୍ୟୁ, ୩,୫୨,୯୯୧ ଆକ୍ରାନ୍ତ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର : ଦେଶରେ କ୍ରମାଗତ ଭାବରେ ପଞ୍ଚମ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ପାର କରିଛି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୫୨,୯୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୩,୧୩,୧୬୩ରେ ପହଞ୍ଚିଛି। ଅପରପକ୍ଷରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୮୧୨ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ମୃତକଙ୍କ ସଂଖ୍ୟାକୁ ମିଶାଇ ସାରା ଦେଶରେ ୧,୯୫,୧୨୩ ଜଣ ଏଯାବତ୍ କରୋନାରେ ପ୍ରାଣ ହରାଇଛନ୍ତି। ଭାରତରେ ଏବେ ୨୮,୧୩,୬୫୮ ସକ୍ରିୟ ମାମଲା ରହିଛି। ସେହିପରି ଗତ ୨୪ ଘଣ୍ଟାରେ ୨,୧୯,୨୭୨ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ଆରୋଗ୍ୟ ସଂଖ୍ୟାକୁ ମିଶାଇ ଦେଶରେ ୧,୪୩,୦୪,୩୮୨ ଜଣ ଏଯାବତ ଆରୋଗ୍ୟ ହୋଇଛନ୍ତି। ଆଇସିଏମଆରର ରିପୋର୍ଟ ମୁତାବକ ରବିବାର ୧୪,୦୨,୩୬୭ଟି ଟେଷ୍ଟ ହୋଇଥିବା ବେଳେ ଏଯାବତ ୨୭,୯୩,୨୧,୧୭୭ଟି କରୋନା ଟେଷ୍ଟ କରାଯାଇଛି । ଏପର୍ଯ୍ୟନ୍ତ ଦେଶରେ ୧୪,୧୯,୧୧,୨୨୩ ଜଣ ଟିକାକରଣ ହୋଇଛନ୍ତି। ଦେଶରେ ଏବେ କରୋନା ସ୍ଥିତି ଭୟାବହ ରୂପ ନେଉଛି। ଅମ୍ଳଜାନ ଅଭାବରୁ ଦେଶର ବିଭିନ୍ନ ପ୍ରାନ୍ତରେ କରୋନା ରୋଗୀ ପ୍ରାଣ ହରାଉଛନ୍ତି। ଅପରପକ୍ଷେ ମେ ପହିଲାରୁ ଦେଶବ୍ଯାପୀ ସାବାଳକ ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି।

Related Posts