
ଖୋର୍ଦ୍ଧା ଏସ୍ପି ଅଜୟ ପ୍ରତାପ ସ୍ବାଇଁଙ୍କୁ କରୋନା । ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ସୂଚନା ଦେଇଛନ୍ତି ଏସ୍ପି । ଜିଲ୍ଲା ପୋଲିସ୍ ମୁଖ୍ୟାଳୟର ଜଣେ ଷ୍ଟାଫ୍ କରୋନା ସଂକ୍ରମିତ ହେବା ପରେ ସମ୍ପୃକ୍ତ ଷ୍ଟାଫଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କର ସ୍ୱାବ ନମୂନା ସଂଗ୍ରହ କରାଯାଇଥିଲା । ସ୍ୱାବ୍ ଟେଷ୍ଟରେ ଏସ୍ପିଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଥିଲା । ତେବେ ତାଙ୍କ ନିକଟରେ କୌଣସି କରୋନା ଲକ୍ଷଣ ନଥିବା ନେଇ ସୂଚନା ଦେଇଛନ୍ତି ଏସ୍ପି ।