୧୮ ତାରିଖରୁ ସାମ୍ବାଦିକମାନଙ୍କୁ ଲୋକସେବା ପ୍ରବେଶ ଅନୁମତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୮ ତାରିଖରୁ ସାମ୍ବାଦିକମାନଙ୍କୁ ଲୋକସେବା ପ୍ରବେଶ ଅନୁମତି । ଲୋକସେବା ଭବନରୁ ଉଠିଲା କରୋନା କଟକଣା । ତେବେ କରୋନା ଯୋଗୁଁ ଲୋକସେବା ଭବନରେ ପ୍ରବେଶ ଉପରେ ଲାଗୁ କଟକଣାକୁ ହଟାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହା ସହିତ ଖାରବେଳ ଭବନ ଏବଂ ରାଜୀବ ଭବନରୁ ମଧ୍ୟ କୋଭିଡ କଟକଣା ହଟାଇ ଦିଆଯାଇଛି ।

ସେପଟେ କରୋନା ଯୋଗୁଁ ପ୍ରାୟ ଦୁଇ ବର୍ଷ ହେବ ଲୋକସେବା ଭବନକୁ ଯିବା ପରେ କଟକଣା ଲାଗୁ କରାଯାଇଥିଲା। ଏପରିକି ସାମ୍ୱାଦିକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା । ଯାହାକୁ ନେଇ ବିରୋଧୀ ଏବଂ ବୁଦ୍ଧିଜୀବୀଙ୍କ କଡା ସମାଲୋଚନାର ଶିକାର ହୋଇଥିଲେ ରାଜ୍ୟ ସରକାର।ଅନ୍ୟପଟେ ଏବେ କରୋନା ମାମଲା ହ୍ରାସ ହେବା ସହ ସ୍ଥିତି ପୂର୍ବାବସ୍ଥାକୁ ଫେରିବାରେ ଲାଗିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts