
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ଦେଶରେ ବର୍ତ୍ତମାନ କରୋନାର ତୃତୀୟ ଲହର ସମସ୍ତଙ୍କର ଚିନ୍ତା ବଢାଇବାରେ ଲାଗିଛି । ଦେଶରେ କିଛି କିଛି ରାଜ୍ୟମାନଙ୍କରେ ଏହା ବ୍ୟାପିଥିବାର ମଧ୍ୟ ଦେଖାଯାଉଛି । ତେବେ ବାଙ୍ଗାଲୋରରେ ତୃତୀୟ ଲହର ଉଗ୍ର ରୂପ ନେଇଛି । ଅଗଷ୍ଟ ୧ ରୁ ୧୧ ମଧ୍ୟରେ କେବଳ ବାଙ୍ଗାଲୋରରେ ୫୪୩ ଜଣ ପିଲାଙ୍କ ମଧ୍ୟରେ କରୋନା ଚିହ୍ନଟ କରାଯାଇଛି । ସେମାନଙ୍କର ବୟସ ୦ରୁ ୧୯ ବର୍ଷ ମଧ୍ୟରେ ରହିଛି ବୋଲି ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସରକାରୀ ଗସ୍ତରୁ ଫେରିଥିବା ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇ ଜରୁରୀକାଳୀନ ବୈଠକ ଡାକିଛନ୍ତି । ଅପରିପକ୍ଷରେ ପୂର୍ବରୁ ବିଶେଷଜ୍ଞଙ୍କ ମତାମତ ପରେ ହିଁ ସ୍କୁଲ ଖୋଲିବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଥିଲେ । ହେଲେ ବର୍ତ୍ତମାନର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କିଛି ବଡ ନିଷ୍ପତ୍ତିି ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।
ଅନ୍ୟପଟେ ଗ୍ରେଟର ବାଙ୍ଗାଲୋରର ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ ସଂକ୍ରମିତ ହୋଇଥିବା ୫୪୩ ଜଣ ଶିଶୁ ଏବଂ ଯୁବକମାନଙ୍କ ଦେହରେ ସାମାନ୍ୟ କରୋନା ଲକ୍ଷଣ ଦେଖାଯାଇଥିଲା ଏବଂ କିଛି ମାନଙ୍କ ଦେହରେ କରୋନା ଲକ୍ଷଣ ନଥାଇବି ସେମାନେ କରୋନାରେ ସଂକ୍ରମିତ ହୋଇଥିଲେ । ଏନେଇ ବୈଜ୍ଞାନିକମାନେ ଏହାକୁ ବଡ ବିପଦ ବୋଲି ବିଚାର କରୁଛନ୍ତି । କାରଣ ବିନା ଲକ୍ଷଣ ଦେଖାଇ ମଧ୍ୟ ଶିଶୁ ଏବଂ ଯୁବକମାନେ କରୋନାରେ ସଂକ୍ରମିତ ହେଉଛନ୍ତି । ତେଣୁ ତୃତୀୟ ତରଙ୍ଗରେ ଶିଶୁ ଏବଂ ଯୁବକମାନେ ଅଧିକ ସୁରକ୍ଷିତ ରହିବା ଆବଶ୍ୟକ । ଅନ୍ୟପଟେ ୫ରୁ ୧୦ ତାରିଖ ମଧ୍ୟରେ ୨୫୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛନ୍ତି । ଏନେଇ ବୃହତ ମ୍ୟୁନିସିପାଲ କର୍ପୋରେସନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।
ଏହି ରିପୋର୍ଟ ଅନୁସାରେ ଅଗଷ୍ଟ ୫ ରୁ ୧୦ ପର୍ଯ୍ୟନ୍ତ ୨୫୦ ସଂକ୍ରମିତ ଚିହ୍ନଟ ହୋଇଥିଲେ । କିନ୍ତୁ ୧ ତାରିଖରୁ ୧୧ ତାରିଖ ମଧ୍ୟରେ ଆସିଥିବା ଆକଳନ ଆଶ୍ଚର୍ଯ୍ୟଜନକ ରହିଥିଲା । ଏହା ପରେ ସ୍କୁଲ ବନ୍ଦ ହେବାର ଦାବି ମଧ୍ୟ ଉଠିଥିଲା । ତେବେ କରୋନାର ତୃତୀୟ ତରଙ୍ଗର ଭୟ ମଧ୍ୟରେ ଅଧିକାଂଶ ରାଜ୍ୟ ସରକାର ବିଦ୍ୟାଳୟ ଖୋଲୁଛନ୍ତି। କିନ୍ତୁ, ଯେଉଁଭଳି ଭାବରେ କରୋନା ମାମଲା ବାହାରକୁ ଆସୁଛି ଏବଂ ଯୁବକ ଓ ପିଲାମାନେ ସଂକ୍ରମିତ ହେଉଛନ୍ତି ଏହାକୁ ଦେଖି ବିଦ୍ୟାଳୟକୁ ପଣିଥରେ ବନ୍ଦ କରାଯିବ ବୋଲି ଅନୁମାନ କରାଯାଉଛି ।