ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଂଗ୍ରେସର ଆଜିଠୁ ନୂଆ ଅଭିଯାନ ‘ଡୋନେଟ ଫର ଦେଶ’ ବା ‘ଦେଶ ପାଇଁ ଦାନ’ ଆରମ୍ଭ କରିଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଅଭିଯାନରୁ ଶୁଭାରମ୍ଭ କରିଛନ୍ତି | ଏହି ଅବସରରେ ସେ କହିଛନ୍ତି ଯେ, ଯଦି ତୁମେ ଧନୀ ବ୍ୟକ୍ତିଙ୍କ ଉପରେ ଚାନ୍ଦା ପାଇଁ ନିର୍ଭର କରିବ ତେବେ ତୁମକୁ ତାଙ୍କର ନୀତି ମାନିବାକୁ ପଡିବ । ମହାତ୍ମା ଗାନ୍ଧୀ ସ୍ୱାଧୀନତା ସଂଗ୍ରାମରେ ଜନସାଧାରଣଙ୍କ ଠାରୁ ଦାନ ମାଗିଥିଲେ । ତେଣୁ ପ୍ରଥମ ଥର ପାଇଁ ଦେଶ ପାଇଁ କଂଗ୍ରେସ ଦାନ ମାଗୁଛି ।
ତେବେ କଂଗ୍ରେସ ଦଳ ଗଠନକୁ ୧୩୮ ପୁରିବା ଉପଲକ୍ଷେ କଂଗ୍ରେସ ଅନଲାଇନ ମାଧ୍ୟମରେ ଏହି ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ତେଣୁ ଲୋକମାନଙ୍କୁ ୧୩୮ ଟଙ୍କା, ୧୩୮୦ ଟଙ୍କା, ଅବା ୧୩ ହଜାର ୮୦୦ ଟଙ୍କା ଦାନ କରିବାକୁ ଆହ୍ୱାନ କରିଛି । ୨୦୨୪ ଲୋକସଭା ନିର୍ବାଚନ ଲଢିବା ପାଇଁ କ୍ରାଉଡ ଫଣ୍ଡିଙ୍ଗ ଜରିଆରେ ଦଳ ପାଣ୍ଠି ସଂଗ୍ରହ କରିବାକୁ କଂଗ୍ରେସ ପକ୍ଷରୁ ଏଭଳି ଅଭିଯାନ ଆରମ୍ଭ କରାଯାଇଥିବା କୁହାଯାଉଛି ।