2019ର ମହାଲଢେଇ ପୂର୍ବରୁ ରାଜ୍ୟରେ ଦଳୀୟ ସ୍ଥିତିକୁ ମଜଭୂତ କରିବାକୁ କଂଗ୍ରେସ ଆରମ୍ଭ କରିଦେଇଛି ଜୋରଦାର କସରତ । ଗୁରୁବାରରୁ ଆରମ୍ଭ ହେବ ପିସିସିର ଜନସଂପର୍କ ଯାତ୍ରା । ଦାମୀ କାର୍ ନୁହେଁ ବସ୍ରେ ଲୋକଙ୍କ ପାଖକୁ ପହଞ୍ଚିବେ ପିସିସି ସଭାପତି ଓ ବରିଷ୍ଠ ନେତା । ଗୁରୁବାର ଆରମ୍ଭ ହେବ ଜନସଂପର୍କ ଯାତ୍ରା । ପ୍ରଥମେ ବାଲେଶ୍ବରକୁ ଗଡ଼ିବ ବସ୍ । ଯେଉଁଥିରେ ରହିବେ ପିସିସି ସଭାପତିଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଓ ପଦାଧିକାରୀ । ପରେ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ୩୧୪ ବ୍ଲକକୁ ବସ୍ରେ ଯାଇ ଲୋକଙ୍କୁ ଦଳ ସହ ଯୋଡ଼ିବାକୁ ଉଦ୍ୟମ କରିବ କଂଗ୍ରେସ । ଏଥିସହିତ ପିସିସି ଉପସଭାପତି ଓ ସାଧାରଣ ସଂପାଦକ ଜିଲ୍ଲା ଗସ୍ତ କରି ସେଠାରେ ୧୫ ଦିନ ରହିବା ସହ ଜିଲ୍ଲା ସଂଗଠନ ଏବଂ ପିସିସି ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ଉଦ୍ୟମ କରିବେ । ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ନାଁ ଚୂଡ଼ାନ୍ତ ହୋଇଥିବା ୪୪ ଜଣଙ୍କୁ ଦିଆଯାଇଛି ନୂଆ ଟାର୍ଗେଟ୍ । ନିଜ ନିଜ ନିର୍ବାଚନଣ୍ଡଳୀରେ ଅତି କମ୍ରେ ୧୦ ହଜାର ସଦସ୍ୟ ସଂଗ୍ରହ କଲେ ଯାଇ ସେମାନେ ପ୍ରାର୍ଥୀ ହେବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି ।
ଗାଁ ମୁହାଁ କଂଗ୍ରେସ
ବସରେ କଂଗ୍ରେସ ନେତା, ରାଜ୍ୟ କଂଗ୍ରେସକୁ ସୁଦୃଢ଼ କରିବାକୁ ପ୍ରୟାସ