ଆପ୍‌ କୁ ଭାଙ୍ଗିବା ପାଇଁ କଂଗ୍ରେସ ଓ ବିଜେପି ଚାଲ କରୁଛନ୍ତି: ପିଡିପି ମୁଖ୍ୟ ମେହବୁବା ମୁଫ୍‌ତୀ

ନୂଆଦିଲ୍ଲୀ: ଆପ୍‌ ଅରବିନ୍ଦ କେଜରିୱାଲ୍‌ଙ୍କ ଉପରେ ଏବେ ଗୋଟିଏ ପରେ ଗୋଟିଏ ବିପଦ ମାଡି ଆସୁଛି । ୨୦୨୪ ନିର୍ବାଚନରେ ମୋଦୀଙ୍କ ପ୍ରତିଦ୍ୱନ୍ଦ୍ୱୀ ବୋଲି ଘୋଷଣା କରିବା ପରେ ଏବେ ବିରୋଧୀ ଦଳର ନେତାମାନେ ମଧ୍ୟ ଏହାକୁ ସ୍ୱାକାର କଲେଣି। ଏହି ଭୟରେ ବିଜେପି ଆପ୍‌କୁ ନଷ୍ଟ କରିଦେବା ପାଇଁ ଅଣ୍ଟା ଭିଡିଛି । ଦଳର ନେତାମାନଙ୍କ ଉପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଲଗାଇ ହଇରାଣ କରୁଛି ବୋଲି ବିରୋଧୀ ନେତା କହୁଛନ୍ତି।

ଏପଟେ ଦୁର୍ନୀତି ଅଭିଯୋଗରେ ସିବିଆଇ ରେଡ୍‌ ପରେ କେଜରିୱାଲ୍ ଓ ସିସୋଦିଆଙ୍କର ଇସ୍ତଫା ଦାବି କରିଛି କଂଗ୍ରେସ। ଏନେଇ ଆଜି(ଶନିବାର) କଂଗ୍ରେସ ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହାକୁ ନେଇ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ୍ କରିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫ୍‌ତୀ। କଂଗ୍ରେସ ନିଜେ ଇଡିର ଶିକାର ହୋଇ ବି ସେମାନେ କେଜରିୱାଲ୍‌ଙ୍କ ବିରୋଧରେ ନାରାବାଜୀ କରୁଛନ୍ତି। କଂଗ୍ରେସ ବିଜେପି ଷଡ଼ଯନ୍ତ୍ରରେରେ ସାମିଲ ଅଛି ବୋଲି ମେହବୁବା କହିଛନ୍ତି।

ତା ସହ ଆପ୍‌ ନିର୍ବାଚନରେ ବିଜେପିର ଦୃଢ଼ ବିରୋଧୀ ହୋଇପାରେ ବୋଲି କହି ଟ୍ୱିଟ୍ କରିଛନ୍ତି ମେହେବୁବା। ସେ ଲେଖିଛନ୍ତି “ ଦୁଃଖଦ କଥା ହେଲା କଂଗ୍ରେସ ଦଳୀୟ ସ୍ୱାର୍ଥରୁ ଉପରକୁ ଉଠିପାରୁ ନାହିଁ। କାରଣ ଆପ୍‌ ଏକ ଦୃଢ଼ ବିରୋଧୀ ଦଳ। ନିଜେ ଇଡିର ଶିକାର ହୋଇଛନ୍ତି, ତଥାପି ସେମାନେ ବିଜେପି ଦୁସ୍‌ପ୍ରଚାରରେ ସାମିଲ୍ ହୋଇଛନ୍ତି। ଏମିତି ସମୟରେ ଯେତେବେଳେ ସଂସ୍ଥାମାନଙ୍କୁ ଅସ୍ତ୍ର କରି ଟାର୍ଗେଟ୍ କରାଯାଉଛି ସେତେବେଳେ ବିରୋଧୀ ଏକାଠି ହୋଇ ବିରୋଧ କରିବା ଦରକାର।”

Related Posts