ଋଷକୁ ନିନ୍ଦା କରିବା ବାଂଲାଦେଶକୁ ପଡ଼ିଲା ମହଙ୍ଗା; ଆଉ ମିଲିବନି କୋଭିଡ ଟୀକା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଋଷକୁ ନିନ୍ଦା କରିବା ବାଂଲାଦେଶକୁ ପଡ଼ିଲା ମହଙ୍ଗା । ୟୁକ୍ରେନ ଉପରକୁ ଋଷର ଆକ୍ରମଣକୁ ନେଇ ନିନ୍ଦା କରିବା ଫଳରେ ବାଂଲାଦେଶକୁ ବଡ଼ କ୍ଷତି ସହିବାକୁ ପଡ଼ିଛି । ତେବେ ନିନ୍ଦା କରିବା କାରଣରୁ ବାଂଲାଦେଶକୁ ଆଉ କୋଭିଡ ଟୀକା ମିଳିବନି । କାହିଁକିନା ମିଳିତ ଜାତିସଂଘ ସାଧାରଣ ସଭା ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷକୁ ନିନ୍ଦା କରିବା ଏବଂ ତୁରନ୍ତ ୟୁକ୍ରେନ୍ରୁ ସୈନ୍ୟ ପ୍ରତ୍ୟାହାର ଦାବି କରିବା ସପକ୍ଷରେ ଅତ୍ୟଧିକ ମତ ଦେଇଥିଲା। ତେବେ, ୟୁଏନ୍ର ୧୯୩ ସଦସ୍ୟ ରାଷ୍ଟ୍ରମଧ୍ୟରୁ ୧୪୧ଟି ରାଷ୍ଟ୍ର ଏହି ସଂକଳ୍ପ ସପକ୍ଷରେ ମତ ଦେଇଥିଲେ। ରୁଷ, ବେଲାରୁଷ, ଉତ୍ତର କୋରିଆ, ସିରିଆ ଏବଂ ଇରିଟ୍ରିଆ ସମେତ ପାଞ୍ଚଟି ରାଷ୍ଟ୍ର ସଙ୍କଳ୍ପ ବିରୁଦ୍ଧରେ ମତ ଦେଇଥିଲେ।

ଅବଶିଷ୍ଟ ୩୫ ଟି ଦେଶ ଭୋଟରୁ ଦୂରେଇ ରହଥିଲେ। ସଙ୍କଳ୍ପ ବିରୁଦ୍ଧରେ ଭୋଟ ଦେବାରୁ ବିରତ ରହିଥିବା ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଦକ୍ଷିଣ ଏସୀୟ ଦେଶ ବାଂଲାଦେଶ ରହିଥିଲା। ଏବେ ବାଂଲାଦେଶର ସେହି ନିଷ୍ପତ୍ତିର ଫଳସ୍ୱରୂପ, ଲିଥୁଆନିଆ ବାଂଲାଦେଶକୁ କୋଭିଡ ଟିକା ପ୍ରଦାନ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲା ତାହାକୁ ରଦ୍ଦ କରିଦେଇଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଲିଥୁଆନିଆ ସପ୍ତାହ ଆରମ୍ଭରୁ ୪,୪୦,୦୦୦ ରୁ ଅଧିକ କୋଭିଡ୍-୧୯ ଟିକା ବାଂଲାଦେଶକୁ ପଠାଇବା ପାଇଁ ଘୋଷଣା କରିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts