ଟ୍ବିଟର ପରେ ଏବେ ଏଲନ ମସ୍କଙ୍କ ନଜରରେ କୋକା କୋଲା

ନୂଆଦିଲ୍ଲୀ: ନିକଟରେ ଟ୍ବିଟର ମାଲିକ ହୋଇଛନ୍ତି ଏଲନ ମସ୍କ । ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ମିଳିଛି ତାର ନୂଆ ମାଲିକ | ତେବେ ଟ୍ବିଟର କିଣିବା ପରେ ଏବେ ଏଲନ ମସ୍କଙ୍କ ଆଉ ଏକ ଟ୍ବିଟ ଟୁଇଷ୍ଟ ଆଣିଛି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚା |

ବର୍ତ୍ତମାନ ସେ କୋକା କୋଲା ( coca cola) କିଣିବାକୁ ଲକ୍ଷ୍ୟ ରଖିଥିବା ଟ୍ବିଟ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଟ୍ବିଟର କିଣିବା ପରେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଅଛନ୍ତି ଏଲନ ମସ୍କ । ଗୋଟିଏ ପରେ ଗୋଟିଏ ଟ୍ବିଟ କରିବାକୁ ଲାଗିଛନ୍ତି । ଆଗକୁ କୋକୋ କୋଲା କିଣିବାକୁ ଯାଉଛି ଯେଉଁଥିରେ କୋକିନ ମିଶାଇବା ପାଇଁ ବୋଲି ଟ୍ବିଟ କରି କହିଛନ୍ତି ମସ୍କ ।1886ରେ କୋକା କୋଲାର ସ୍ଥାପନା ହୋଇଥିଲା…

ଆମେରିକାର ଜାର୍ଜିଆରେ ମଇ 1886ରେ କୋକା କୋଲା କମ୍ପାନୀର ସ୍ଥାପନା ହୋଇଥିଲା । ଜନ ପେମବାରଟନ ଏହା ତିଆରି କରିଥିଲେ । 1887ରେ 2300 ଡଲାରରେ ଆସା କେଡଲର ଏହାକୁ କିଣିଥିଲେ । ଆଜି 200ରୁ ଅଧିକ ଦେଶରେ କୋକୋ କୋଲା କମ୍ପାନୀ ଅଛି । ଦେଶରେ 900ରୁ ଅଧିକ ପ୍ଲାଣ୍ଟ ରହିଛି । ଖାଲି ସେତିକି ନୁହେଁ କମ୍ପାନୀ ଗୁ଼ୁଡିକରେ 7 ଲକ୍ଷରୁ ଅଧିକ କର୍ମଚାରୀ ରହିଛନ୍ତି ।ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ଟେଲସା ସିଇଓ ମସ୍କ ୪୪ ବିଲିୟନ ଡଲାରରେ ଟ୍ବିଟରକୁ କିଣିଛନ୍ତି । କମ୍ପାନୀ ଅଧିଗ୍ରହଣ ପାଇଁ ସେ ଯେଉଁ ପ୍ରସ୍ତାବ ଦେଇଥିଲେ, ତାହାକୁ ଟ୍ବିଟର କର୍ତ୍ତୃପକ୍ଷ ଗ୍ରହଣ କରିଥିଲେ । ଟ୍ବିଟର ସେୟାରହୋଲ୍ଡର ଗୋଟିଏ ସେୟାର ପିଛା ୫୪.୦୨ ଡଲାର ପାଇବେ ।

Related Posts