କୋଇଲା ସଙ୍କଟ; ବୈଠକ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଦିନକୁ ଦିନ କୋଇଲାର ଅଭାବ ଦେଖାଦେବାରେ ଲାଗିଛି । ତେବେ ଅଚଳବସ୍ଥା ଦୂର କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ କୋଇଲା, ଖଣି ଓ ଶକ୍ତି ସଚିବଙ୍କ ସହ ରେଲୱେ, ନାଲକୋ ଏବଂ ଏମସିଏଲ୍ର ସିଏମ୍ଡିଙ୍କୁ ନେଇ ଆସନ୍ତାକାଲି ବୈଠକ କରିବାକୁ କୋର୍ଟ କହିଛନ୍ତି। ହେବାକୁ ଥିବା ବୈଠକରେ ଅଚଳବସ୍ଥା କିପରି ଦୂର କରାଯାଇପାରିବ ସେନେଇ ଆଲୋଚନା କରାଯାଉ।

ବୈଠକର ନିଷ୍କର୍ସ କୋର୍ଟଙ୍କୁ ଅବଗତ କରାଯିବ। ଅନ୍ୟପକ୍ଷରେ କୋର୍ଟଙ୍କ ପୂର୍ବ ଅନ୍ତରୀଣ ଆଦେଶ ଅନୁସାରେ ନାଲକୋକୁ କିଛି ରେକ୍ ଯୋଗାଇ ଦିଆଯାଇଛି ବୋଲି ଦାଖଲ ହୋଇଥିବା ସତ୍ୟପାଠରେ ରେଲୱେ ଦର୍ଶାଇଛି। ଗତ ୨୩ ତାରିଖରେ ଗୋଟିଏ, ୨୪ ତାରିଖରେ ୪ଟି ଓ ଆଜି ଅର୍ଥାତ ୨୫ ତାରିଖରେ ୩ଟି ରେକ୍ ଦିଆଯାଇଥିବା ରେଲୱେ କହିଛି। ଆସନ୍ତା ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Related Posts