
ପଡ଼ୋଶୀ ଚୀନ୍କୁ ଏବେ ଶତ୍ରୁଙ୍କ ଆକ୍ରମଣ ଭୟ । ଭବିଷ୍ୟତର ସୁରକ୍ଷାକୁ ଦୃଷ୍ଟିରେ ରଖି, ଚୀନ୍ ଏବେ ଏକ କରିଛି ସୁପର ପ୍ଲାନ୍ । ବିଶ୍ବର ପ୍ରାୟ ସବୁ ଦେଶ ଏବେ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଧାରଣ କରିଥିବାବେଳେ ଭବିଷ୍ୟତରେ ଶତ୍ରୁଙ୍କ ଆକ୍ରମଣକୁ ପ୍ରତିହତ କରିବାକୁ ଚୀନ୍ ବ୍ୟବସ୍ଥା କରୁଛି । ପର୍ବତମାଳା ତଳେ ‘ବିଶାଳ ଇସ୍ପାତ ପାଚେରୀ’ ନିର୍ମାଣ କରୁଛି ।
ଏ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍ସ୍’ରେ ପ୍ରକାଶ ପାଇଛି ଖବର । ଚୀନ୍ର ସର୍ବୋଚ୍ଚ ‘ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା’ ପୁରସ୍କାରପ୍ରାପ୍ତ ବୈଜ୍ଞାନିକ କିଆନ୍ କିହୁଙ୍କ ଉକ୍ତିକୁ ଉଦ୍ଧାର କରି ‘ଗ୍ଲୋବାଲ୍ ଟାଇମ୍ସ’ କହିଛି ଯେ ଏହି ପାଚେରୀ ଚୀନ୍ର ଆଣବିକ ଯୁଦ୍ଧାସ୍ତ୍ରକୁ ମଧ୍ୟ ସୁରକ୍ଷିତ ରଖିବ ।
ଏହି ପାଚେରୀ ନିର୍ମାଣ ପ୍ରକଳ୍ପରେ ବୈଜ୍ଞାନିକ କିଆନ୍ କିହୁଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତାଙ୍କ ଅନୁସାରେ ଏହି ଇସ୍ପାତ ପାଚେରୀ ଯେ କୌଣସି ଆକ୍ରମଣ ସହ୍ୟ କରିପାରିବ । ଭବିଷ୍ୟତର ହାଇପର୍ସୋନିକ୍ ଅସ୍ତ୍ରଶସ୍ତ୍ର ଆକ୍ରମଣକୁ ମଧ୍ୟ ଏହା ସମ୍ଭାଳି ପାରିବ ।
ବିଶାଳ ଭୂତଳ ଇସ୍ପାତ ପାଚେରୀ ଗଭୀର ପର୍ବତ ମଧ୍ୟରେ ନିର୍ମାଣ କରାଯାଉଛି, ଏହା ଭିତରକୁ ଯିବା ଓ ବାହାରିବାକୁ ରାସ୍ତା ଖୁବ୍ ବିପଦଶଙ୍କୁଳ ।
କିଆନ୍ କରିଛନ୍ତି ଯେ ଯଦି ଷ୍ଟ୍ରାଟେଜିକ୍ ମିସାଇଲ୍ ଇଣ୍ଟର୍ସେପ୍ଟ ସିଷ୍ଟମ୍, ଆଣ୍ଟି-ମିସାଇଲ୍ ସିଷ୍ଟମ୍ ଓ ଏୟାର୍ ଡିଫେନ୍ସ୍ ସିଷ୍ଟମ୍ କାମ କରିବାରେ ବିଫଳ ହୁଏ, ତେବେ ବି ଏହି ପାଚେରୀ ଏସବୁ ଆକ୍ରମଣକୁ ପ୍ରତିହତ କରି ପାରିବ ।