ବିଜେପି କର୍ମୀଙ୍କ ଉପରକୁ ଗାଡି ଚଢ଼ାଇଲେ ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ: ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ହେଲେ ଲହୁଲୁହାଣ, ମୁଣ୍ଡରେ ପଡିଲା ୭ଟି ଷ୍ଟିଚ

ବିଜେପି କର୍ମୀଙ୍କ ଆକ୍ରମଣରେ ଚେତାଶୂନ୍ୟ ହୋଇପଡିଲେ ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ | ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ବିଜେପି କର୍ମୀଙ୍କ ଉପରକୁ ଗାଡି ଚଢ଼ାଇବାକୁ ନେଇ ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଥିଲେ ବିଧାୟକ । ଏନେଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ବିଧାୟକ ଗାଡ଼ି ନେଇ ଭିଡ଼ ଭିତରକୁ ପଶିଯାଇଥିଲେ। ବିଧାୟକଙ୍କ ଗାଡ଼ି ଧକ୍କାରେ ୩ ବିଜେପି କର୍ମୀ ଗୁରୁତର ଆହତ ହୋଇଥିଲେ | ତାଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳା ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଏଥିସହ ସେଠାରେ ମୃତୟନ ଥିବା ଦୁଇ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଠେଙ୍ଗାରେ ବିଧାୟକଙ୍କୁ ଆକ୍ରମଣ କରିଥିଲେ। ଲୋକଙ୍କ ମାଡ଼ରେ ବିଧାୟକ ତଳେ ପଡ଼ିଯାଇଥିଲେ। ବିଧାୟକଙ୍କୁ ସମର୍ଥକମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବିଧାୟକଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ, ମୁଣ୍ଡରେ ୭ଟି ଷ୍ଟିଚ ପଡିଥିବା ଜଣାପଡିଛି | ମୁଣ୍ଡରେ ଆଘାତ ଲାଗିବା ଯୋଗୁ ବାନ୍ତି ହୋଇଥିବାରୁ ସ୍ଥିତି ଏବେ ତାଙ୍କର ଖରାପ ରହିଛି |

ଅନ୍ୟପଟେ, ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେମାନେ ବିଧାୟକଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ତାଙ୍କ ଗାଡ଼ିରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଥିଲେ। ବିଧାୟକ ନିଜେ ଗାଡ଼ି ଚଲାଉଥିବା ଜଣାଯାଇଛି।

Related Posts