ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମ୍‌ କୋର୍ଟ । ଏନେଇ ଆଇନଜୀବି ମାନସ ଚାନ୍ଦ ସୂଚନା ଦେଇଛନ୍ତି । ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ପ୍ରଶାନ୍ତ ଜଗଦ୍ଦେବ ଯାଇପାରିବେ ନାହିଁ ।ଯଦି ନିର୍ବାଚନ ମଣ୍ଡଳୀକୁ ଯିବେ ଜିଲ୍ଲପାଳଙ୍କ ଅନୁମତି ନେବା ନିହାତି ଜରୁରୀ ବୋଲି ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି । ଏହାସହିତ ୫ଜଣରୁ ଅଧିକ ଲୋକଙ୍କୁ ନେଇ ପ୍ରଶାନ୍ତ ଜଗଦ୍ଦେବ ସଭାସମିତି କରିପାରିବେ ନାହିଁ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ ଚଳିତ ବର୍ଷ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ଯାଉଥିବାବେଳେ ପ୍ରଶାନ୍ତ ଜଗଦ୍ଦେବ ନିଶାଶକ୍ତ ଅବସ୍ଥାରେ ଲୋକଙ୍କ ଉପରେ ଗାଡି ମଡାଇ ଦେଇଥିଲେ । ଏହାପରେ ସେଠାରେ ଲୋକମାନେ ତାଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ଗାଡିକୁ ପୂରା ଭାଙ୍ଗିରୁଜି ଚୁରମାର କରିଦେଇଥିଲେ । ଏଥିରେ ବିଧାୟକ ପ୍ରଶାନ୍ତ ଜଗଦେ୍ଧବ ଲହୁଲୁହାଣ ହୋଇଯାଇଥିଲେ । ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା ।

Related Posts