ପାଣ୍ଡିଆନଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର; ‘ଲୋକଙ୍କ ପାଇଁ କାମ କଲେ କ୍ଳାନ୍ତ ଅନୁଭବ ହୁଏନାହିଁ’

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁରୁବାର ମୁମ୍ବାଇରେ ନିବେଶକଙ୍କ ସହିତ ଗୋଟିଏ ପରେ ଗୋଟିଏ ବୈଠକ କରି ଓଡିଶାରେ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୁହାଯାଉଛି ଗୋଟିଏ ଦିନରେ ଛୋଟ ବଡକୁ ମିଶାଇ ୧୮ଟି ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ଏସବୁ ଭିତରେ ଏକ ରୋଚକ ଭିଡିଓ ସାମ୍ନାକୁ ଆସିଛି । କ୍ୟାମେରା ଫ୍ରେମରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଭିଡିଓରେ ମୁମ୍ବାଇ ଗସ୍ତରେ ଥିବା ନବୀନଙ୍କୁ ପାଣ୍ଡିଆନ୍ ପ୍ରଶ୍ନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଚିରାଚରିତ ଢଙ୍ଗରେ ଏହାର ଉତ୍ତର ଦେଉଛନ୍ତି।

ଏହି ଭିଡିଓରେ ଶ୍ରୀ ପାଣ୍ଡିଆନ୍ ପ୍ରଶ୍ନ କରିଥିଲେ ଯେ, ସକାଳରୁ ରାତି ପର୍ଯ୍ୟନ୍ତ ଆପଣ ୧୮ଟି ବୈଠକ କଲେ, କ୍ଲାନ୍ତ ଅନୁଭବ କରୁ ନାହାନ୍ତି ତ ? ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଥିଲେ ଯେ, ମୁଁ କ୍ଲାନ୍ତ ନୁହେଁ। ପୁଣି ପାଣ୍ଡିଆନ୍ ପଚାରିଥିଲେ, ସାର୍ କେମିତି ? ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ତୁମେ ଲୋକଙ୍କ ପାଇଁ କାମ କର, ସେତେବେଳେ କ୍ଲାନ୍ତ ଅନୁଭବ ହୋଇ ନ ଥାଏ। ଶେଷରେ ଶ୍ରୀ ପାଣ୍ଡିଆନ୍ କହିଥିଲେ, ସାର୍‌ ଏହା ଆମମାନଙ୍କ ପାଇଁ ପ୍ରେରଣାଦାୟକ। ୨୫ ସେକେଣ୍ଡର ଏହି ଭିଡିଓ ବେଶ୍ ଚର୍ଚ୍ଚାରେ ରହିଛି।

Related Posts