ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଆଜି ଯାଇଛି ‘ସୁଭଦ୍ରା’ ଟଙ୍କା । ସୁନ୍ଦରଗଡ଼ରେ ଟଙ୍କା ରିଲିଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବାକି ଯେଉଁ ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ୍ ପଡ଼ିଛନ୍ତି, ସେମାନଙ୍କର ମଧ୍ୟ ତଥ୍ୟ ଯାଞ୍ଚ ପାଇଁ ବ୍ଲକସ୍ତରକୁ ରିପୋର୍ଟ ଯାଇଛି। ସେଠି ସମାଧାନ ହୋଇଗଲେ, ସେମାନଙ୍କୁ ଡିସେମ୍ବରରେ ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁନ୍ଦରଗଡ଼ ଗସ୍ତରେ ଆସି ସ୍ଥାନୀୟ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆ‌‌ରେ ଆୟୋଜିତ ବିଶାଳ ସମାବେଶରେ ଯୋଗ ଦେଇଥିଲେ। ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ୧୦ ଜଣ ମହିଳାଙ୍କୁ ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତିର ଡମି ଚେକ୍‌ ପ୍ରଦାନ କରିଥିଲେ। ଏଥିସହ ପ୍ରଥମ କିସ୍ତିରୁ ବାଦ୍ ପଡ଼ିଥିବା ୨୫ ପ୍ରତିଶତ ମହିଳାଙ୍କୁ ମିଳିଛି ଟଙ୍କା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ଆଦିବାସୀ ଵ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା ଏବଂ ଜିଲ୍ଲାପାଳ ମନୋଜ ମହାଜନ ପ୍ରମୁଖ ଉପସ୍ଥିତ ଥିଲେ।

Related Posts