ବଦଳିଲା ଡ୍ରାଇଭିଂ ଲାଇସେନ୍ସ କରିବାର ନିୟମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଦଳିଲା ଡ୍ରାଇଭିଂ ଲାଇସେନ୍ସ କରିବାର ନିୟମ । ଏହି ନିୟମ ଲାଗୁ ହେବା ପରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଆରଟିଓ ଅଫିସ୍ ଦୌଡିବାକୁ ପଡିବନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଡ୍ରାଇଭିଂ ଲାଇସେନ୍ସର ନୂଆ ନିୟମ ପୂର୍ବାପେକ୍ଷା ଅଧିକ ସହଜ ହେବ ।ଡ୍ରାଇଭିଂ ଲାଇସେନ୍ସ କରିବାର ସଂଶୋଧିତ ନିୟମ ଅନୁସାରେ ଏବେ ଆପଣଙ୍କୁ କୌଣସି ପ୍ରକାରର ଡ୍ରାଇଭିଂ ଟେଷ୍ଟ ଦେବାକୁ ଆରଟିଓ ଅଫିସ୍ ଯିବାକୁ ପଡିବନାହିଁ । କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମକୁ ଆସନ୍ତା ଜୁଲାଇ ୧ରୁ ଲାଗୁ କରାଯିବ । ନୂଆ ନିୟମ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଓ୍ବେଟିଂ ଲିଷ୍ଟରେ ଅପେକ୍ଷା କରିଥିବା କୋଟି କୋଟି ଲୋକଙ୍କୁ ଅଶ୍ବସ୍ତି ମିଳିବ ।

ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଏବେ ଆରଟିଓ ଟେଷ୍ଟ ଦେବାକୁ ଅପେକ୍ଷା କରିବାକୁ ପଡିବନାହିଁ । ଆପଣ ଡ୍ରାଇଭିଂ ଲାଇସେନ୍ସ ପାଇଁ କୌଣସି ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ରେଜିଷ୍ଟ୍ରେସନ କରିପାରିବେ । ଏଠାରୁ ଟ୍ରେନିଂ ନେବାପରେ ଆପଣଙ୍କୁ ସେହିଠାରୁ ଟେଷ୍ଟ ପାସ୍ କରାଇବାକୁ ହେବ । ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ଟ୍ରେନିଂ ସ୍କୁଲ ଏକ ସାର୍ଟିଫିକେଟ୍ ଦେବେ । ଏହି ସାର୍ଟିଫିକେଟ୍ ଆଧାରରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ କରାଯିବ । ଡ୍ରାଇଭିଂ ଲାଇସେନ୍ସ ପାଇଁ ମନ୍ତ୍ରଣାଳୟ ତରଫରୁ ଟ୍ରେନିଂ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହାକୁ ଥିଓରୀ ଏବଂ ପ୍ରାକ୍ଟିକାଲରେ ବିଭକ୍ତ କରାଯାଇଛି । ଲାଇଟ୍ ମୋଟର ଭେହିକିଲ ପାଇଁ କୋର୍ସ ଅବଧି ୪ ସପ୍ତାହ ଅଟେ ଯାହା ୨୯ ଘଣ୍ଟା ହେବ । ପ୍ରାକ୍ଟିକାଲ ପାଇଁ ଆପଣଙ୍କୁ ରାସ୍ତା, ରାଜପଥ, ସହରୀ ରାସ୍ତା, ଗାଁ ରାସ୍ତା, ରିଭର୍ସିଙ୍ଗ ଏବଂ ପାର୍କିଂ ଆଦି ପ୍ରାକ୍ଟିକାଲ ପାଇଁ ୨୧ ଘଣ୍ଟା ସମୟ ଦେବାକୁ ପଡିବ । ବାକି ୮ଘଣ୍ଟାରେ ଆପଣଙ୍କୁ ଥିଓରୀ ପଢାଯିବ ।

Related Posts